Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାପାର ଛୁରା ମାଡ଼ରେ ପୁଅ ମୃତ

    Share on :
    ajab-Image
    Date: Mar 13, 2025    Views: 4244

    ସୋର:ବାଲେଶ୍ବର ଜିଲ୍ଲା ସୋର ଖଇରା ଥାନା ନରମା ଗାଁରେ  ବାପାର ଛୁରା ମାଡ଼ରେ ନାବାଳକ ପୁଅର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନେଦାମ ଗାଁର ଯୋଗେନ୍ଦ୍ର ସିଂ ତାଙ୍କ ପରିବାରକୁ ନେଇ ୬ ବର୍ଷ ହେବ ନରମା ଗାଁରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ତାଙ୍କ ସ୍ତ୍ରୀ ମୁନି ସିଂକୁ କୌଣସି କାରଣରୁ ମାଡ଼ ମାରିଥିଲେ।ମାଆକୁ ବଞ୍ଚାଇବାକୁ ଯାଇ ବଡ଼ପୁଅ ରାଜେଶ ସିଂ ପ୍ରତିବାଦ କରିଥିଲେ। ଏଥିରେ ଯୋଗେନ୍ଦ୍ର ରାଗିଯାଇ ଏକ ଛୁରୀରେ ପୁଅ ରାଜେଶର ଛାତିକୁ ଆକ୍ରମଣ କରିଥିଲେ। ପରିବାର ଲୋକେ ରାଜେଶକୁ ଉଦ୍ଧାର କରି ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିଲେ।  ସେଠାରେ ଡାକ୍ତର ଅନୁପସ୍ଥିତି ଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହତ୍ୟାକାରୀ ବାପା ଯୋଗେନ୍ଦ୍ର ଖସିପଳାଇବାକୁ ଚେଷ୍ଟା କରୁଥିବାବେଳେ ଖଇରା ପୋଲିସ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook