Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଅକୁ ଛୁରୀ ଭୁସି ହତ୍ୟା କଲା ବାପା

    Share on :
    ajab-Image
    Date: Jan 11, 2025    Views: 3527

    ବାଲିଗୁଡା: ଜନ୍ମ କଲା ପୁଅକୁ ଛୁରୀ ଭୁସି ହତ୍ୟା କଲା ନୃଶଂସ ବାପା । ମଦ ନିଶାରେ ପୁଅର ନିତିଦିନିଆ ଝଗଡାରେ ଅତିଷ୍ଠ ହୋଇ ମଦୁଆ ପୁଅର ଜୀବନ ନେଲା ବାପା । ହତ୍ୟାକାରୀ ବାପା ପ୍ରାଣେଶ୍ୱର ମଲିକ ଏବଂ ତାଙ୍କ ପୁଅ ଜିତୁ ମଲିକ ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । 

    ସୂଚନା ମୁକାବକ, ସିଂଘମିଲା ଗାଁର ମଦ୍ୟପ ପୁଅ ଜିତୁ ମଲିକ ମଦ ପିଇ ସବୁଦିନ କଳି ଝଗଡ଼ା କରୁଥିଲା । ଏଥିରେ ବାପା ଅତିଷ୍ଠ ହୋଇ ପଡ଼ିଥିଲେ । ଅତିଷ୍ଠ ହୋଇ ଶୁକ୍ରବାର ରାତିରେ ବାପା ଏକ ଧାରୁଆ ଛୁରୀରେ ନିଜ ପୁଅକୁ ହତ୍ୟା କରିଥିଲା । ସକାଳେ ପୁଅର ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ଅଭିଯୁକ୍ତ ବାପା ପ୍ରାଣେଶ୍ୱରକୁ ଅଟକ ରଖି ତଦନ୍ତ ଜାରି ରଖିଛି । 

    Maximum 500 characters

    ତାଜା ଖବର View all

    Find Us on Facebook