Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚାଞ୍ଚଲ୍ୟକର, ପୂର୍ବ ଶତ୍ରୁତାରୁ ୬ଜଣଙ୍କୁ ହତ୍ୟା

    Share on :
    ajab-Image
    Date: Oct 2, 2023    Views: 3941

    ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାରେ  ୬ଜଣଙ୍କୁ ହତ୍ୟା କରାଯାଇଛି । ଏହ ନରସଂହାର ଉତ୍ତରପ୍ରଦେଶର ରୁଦ୍ରପୁର କୋତାବାଲୀ ଥାନା ଅନ୍ତର୍ଗତ ଫତେପୁରରେ ଘଟିଛି । ଜମି ବିବାଦକୁ ନେଇ ଗାଁରେ ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା ଥିଲା । ହେଲେ ସୋମବାର ସକାଳୁ ଏହା ହତ୍ୟାକାଣ୍ଡର ରୂପ ନେଇଛି । ଉଭୟ ପକ୍ଷରୁ ମାରଣାସ୍ତ୍ରରେ ଆକ୍ରମଣ ସହିତ ପଥର ମାଡ଼ ମଧ୍ୟ ହୋଇଥିଲା । ଏହି ସମୟରେ ପଡୋଶୀ ସତ୍ୟପ୍ରକାଶ ଏବଂ ସହଯୋଗୀ ପ୍ରେମଚାନ୍ଦ ଯାଦବଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପରେ ପ୍ରେମଚାନ୍ଦଙ୍କ ସମ୍ପର୍କୀୟ ଲୋକ ସତ୍ୟପ୍ରକାଶଙ୍କ ଘରେ ପହଞ୍ଚି ସତ୍ୟପ୍ରକାଶଙ୍କ ସହିତ ସ୍ତ୍ରୀ, ଦୁଇ ଝିଅ, ଏକ ପୁଅକୁ ହତ୍ୟା କରିଥିଲେ । ଏହାଛଡ଼ା ଅନ୍ୟଏକ ପୁଅ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ।

    ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।   

    Maximum 500 characters

    ଦେଶ ବିଦେଶ View all

    Find Us on Facebook