Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କୁଳାଙ୍ଗାର ପୁଅ: ମାଆଙ୍କୁ ମାରି ପୋଡି ଦେଲା

    Share on :
    ajab-Image
    Date: Oct 2, 2023    Views: 2988

    କନ୍ଧମାଳ ମାଆକୁ ମାରି ଘର ଭିତରେ  ପୋଡି ଦେଲା ପୁଅ। ଏହିପରି ଲୋମହର୍ଷକାରୀ ଘଟଣା ଟିକାବାଲି ଥାନା ଅନ୍ତର୍ଗତ ବଡ଼ିମୁଣ୍ଡା ଖଜୁରୀସାହିରେ ଘଟିଛି । ମୃତକ ଜଣକ ହେଲେ ବଡ଼ିମୁଣ୍ଡା ଖଜୁରୀ ସାହିର ମଞ୍ଜୁଳା ନାୟକ। ଏହି ଘଟଣା ପରେ ସ୍ଥାନୀୟ ଲୋକେ ପୁଅକୁ କାବୁ କରି ପୋଲିସ ଜିମା ଦେଇଛନ୍ତି।  
    ବଡ଼ିମୁଣ୍ଡା ଖଜୁରୀ ସାହିର ସ୍ବର୍ଗତ ଫିଲିପ ନାୟକଙ୍କ ପୁଅ ସମୀର ନାୟକ ଶନିବାର ଦିନ ଘୁ ଉଦୟଗିରି ଜେଲ ରୁ ଫେରିଥିଲା । ଜେଲ ଯିବା ପୂର୍ବରୁ ସେ ଅର୍ଦ୍ଧ ପାଗଳ ଅବସ୍ଥାରେ ସ୍ଥାନୀୟ ସାହି ପଡୋଶୀଙ୍କ ସହ ଗଣ୍ଡଗୋଳ କରିଥିଲା। ଦୀର୍ଘ ୩ବର୍ଷ ୨ମାସ ହେବ ଜେଲ ଦଣ୍ଡ ଭୋଗୀ ଜେଲରୁ ଆସିଥିଲା । କୌଣସି କାରଣ ବଶତଃ ବିଳମ୍ବିତ ରାତିରେ ନିଜ ମାଆ ମଞ୍ଜୁଳା ନାୟକଙ୍କୁ ଜୀବନରେ ମାରିଦେଇ ଘରେ ଥିବା ଆସବାବ ପତ୍ର ଏବଂ ଘରେ ଜାଳେଣି କାଠ ରେ ଶବ ପୋଡି ଦେଇ ଥିଲା । ଏହା ପରେ ଆଖ ପାଖ ପଡୋଶୀଙ୍କ ଘର ଉପରକୁ ବଡ଼ ବଡ଼ ପଥର ମାରିବା ସହିତ ଘର ସାମନାରେ ଥିବା ଗାଡିକୁ ମଧ୍ୟ ଭାଙ୍ଗି ଚୁରମାର କରିଥିଲା  । ରବିବାର ସକାଳେ ଗାଁ ଲୋକ ସମୀରଙ୍କୁ ଧରି  ଟିକାବାଲି ଥାନାକୁ ଖବର ଦେଇଥିଲେ।  ପରେ ଘଟଣା ସ୍ଥଳ ରେ ପୋଲିସ ପହଂଚି  ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook