Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାପାକୁ ପିଟି ପିଟି ମାରିଦେଲେ ମା’ଓ ୪ପୁଅଝିଅ

    Share on :
    ajab-Image
    Date: Nov 24, 2022    Views: 3598

    ଭଦ୍ରକ: ବାପାକୁ ପିଟି ପିଟି ମାରିଦେଲେ ମା’ଓ ୪ପୁଅଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଆ ଦାସ।
    ପାରିବାରିକ କଥାକୁ ନେଇ ବାବୁଆଙ୍କ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା।  ଗତକାଲି ରାତିରେ ବାବୁଆ ନିଜ ଘରେ ଭୋଜି ଖାଇ ଶୋଇଥିଲା  ସମୟରେ ବାବୁଆଙ୍କ ସ୍ତ୍ରୀ,୩ ପୁଅ ଓ ଝିଅ ମିଶି ତାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାବୁଆ ଗୁରୁତର ଆହତ ହୋଇଥିଲେ।
    ତାଙ୍କର ଜଣେ ସମ୍ପର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଗତକାଲି ରାତିରେ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାବୁଆଙ୍କର ମୃତ୍ୟୁ ଘଟିଥିଲା।

    ବାବୁଆଙ୍କ ମା’ ଏନେଇ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ବାବୁଆଙ୍କ ଗୋଟିଏ ପୁଅଙ୍କୁ ଅଟକ ରଖି ପଚରାଉଚରା କରୁଛି।  ପରକୀୟା ପ୍ରୀତି ଯୋଗୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।  ପୁଲିସ ଘଟଣାର ତଦନ୍ତ କରୁଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook