Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜଘନ୍ୟ, ବୀଭତ୍ସ: ବାପା, ଦୁଇ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି ହତ୍ୟା

    Share on :
    ajab-Image
    Date: Nov 23, 2022    Views: 4557

    ନୂଆଦିଲ୍ଲୀ: ଜଘନ୍ୟ, ବୀଭତ୍ସ ଓ ଦୃଦୟବିଦାରକ । ପରିବାର ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା । ବାପା, ଦୁଇ ଭଉଣୀ ଓ ଜେଜେ ମା’ଙ୍କୁ ଛୁରୀ ଭୁସି  ହତ୍ୟା କରିଛି ପୁଅ । ରାଜଧାନୀ ଦିଲ୍ଲୀରୁ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ।  

    ଦିଲ୍ଲୀର ପାଲମ୍ ଅଞ୍ଚଳରେ ଏହି ଛାତିଥରା ହତ୍ୟାକାଣ୍ଡ ଘଟିଛି । ମଙ୍ଗଳବାର ରାତିରେ ଘରେ ସମସ୍ତ ସଦସ୍ୟ ଶୋଇପଡ଼ିବା ପରେ ଅଭିଯୁକ୍ତ ଭିଆଇଛି ଏହି ଜଘନ୍ୟ କାଣ୍ଡ । ଅଭିଯୁକ୍ତ ଯୁବକ ପ୍ରଥମ ଭଉଣୀକୁ ତା’ ରୁମରେ ହତ୍ୟା କରିବା ପରେ ଜେଜେ ମା’କୁ ମାରିଥିଲା । ଦୁଇ ଜଣଙ୍କ ମୃତଦେହ ରୁମ୍‌ରେ ପଡ଼ିଥିବାର ଫଟୋ ସାମ୍ନାକୁ ଆସିଛି । ସେହିପରି ଅନ୍ୟଜଣେ ଭଉଣୀ ଓ ବାପାଙ୍କୁ ହତ୍ୟା କରି ଗାଧୁଆ ଘରେ ପକାଇଥିଲା । ଖବର ମିଳିବା  ପରେ ପାଲମ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook