Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

    Share on :
    ajab-Image
    Date: Jun 23, 2022    Views: 2956

    କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ପ୍ୟାରୁନ ବିବି। ଅଭିଯୁକ୍ତ ସୟଦ ମନାନା ଅଲ୍ଲୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
    ଗତକାଲି ରାତିରେ ପ୍ୟାରୁନ ଓ ତାଙ୍କ ସ୍ୱାମୀ ସୟଦ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ସୟଦ ଉଠି ଏକ ଟାଙ୍ଗିଆରେ ପ୍ୟାରୁନଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
    ଗ୍ରାମବାସୀ ପ୍ୟାରୁନଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ। ପ୍ୟାରୁନ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ସେମାନେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପୁଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ମନାନାଙ୍କର ମାନସିକ ବିକୃତ ଥିବାରୁ ଏପରି କରିଥିବା କୁହାଯାଉଛି।

    Maximum 500 characters

    ତାଜା ଖବର View all

    Find Us on Facebook