ଅଗରତାଲା: ତି୍ରପୁରାର ଖୋୱାଇ ଜିଲ୍ଲାରେ ଜଣେ ମାନସିକ ଚାପଗ୍ରସ୍ତ ବ୍ୟକ୍ତି ଜଣେ ପୁଲିସ ଇନ୍ସପେକ୍ଟରଙ୍କ ସମତେ ୬ ଜଣଙ୍କୁ ଲୁହା ରଡରେ ପିଟି ହତ୍ୟା କରିଛି । ପୁଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି । ତାର ନାଁ ପ୍ରଦୀପ ଦେବରାୟ ଓ ସେ ଶେୱାର ତାଲି ଗ୍ରାମର ବାସିନ୍ଦା । ଗତ କିଛି ଦିନ ହେଲା ସେ ମାନସିକ ଚାପଗ୍ରସ୍ତ ରହୁଥିଲା । ଅତିରିକ୍ତ ଏସପି ରାଜୀବ ସେନଗୁପ୍ତାଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଦେବରାୟ ସକାଳେ ହଠାତ ଏକ ଲୁହାରଡରେ ତାର ଦୁଇ ଝିଅ, ପତ୍ନୀ ଓ ସାନ ଭାଇଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ୨ଝିଅ ଓ ସାନଭାଇର ମୃତୁ୍ୟ ହୋଇଥିଲା । ପତ୍ନୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ପ୍ରାଣ ହରାଇଛନ୍ତି । ଏହା ପରେ ଦେବରାୟ ରାସ୍ତାରେ ଯାଉଥିବା ଏକ ଅଟୋକୁ ଅଟକାଇବା ସହ ଡ୍ରାଇଭର ଓ ତାଙ୍କ ପୁଅକୁ ଆମ୍ରଣ ମରତଥିଲା । ଫଳରେ ଅଟୋ ଡ୍ରାଇଭରଙ୍କ ମୃତୁ୍ୟ ହୋଇଥିଲା । ଖବର ପାଇ ଇନ୍ସିପେକ୍ଟର ସତ୍ୟଜିତ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଧରିବା ପାଇଁ ଯାଇଥିବା ବେଳେ ଦେବରାୟ ସେମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ଇନ୍ସିପେକ୍ଟର ଗୁରୁତର ଆହତ ହୋଇଥିଲେ । ପରେ ହସ୍ପିଟାଲରେ ତାଙ୍କର ମୃତୁ୍ୟ ଘଟିଛି ।
Comments ସମସ୍ତ ମତାମତ