Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଶେଷ ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସ

    Share on :
    ajab-Image
    Date: May 22, 2023    Views: 3949

    ମୁମ୍ବଇ : ଚଳିତ ଆଇପିଏଲ୍‌ରେ ତା’ର ଶେଷ ମ୍ୟାଚ୍‌ରେ ଯାହା ଆବଶ୍ୟକ ଥିଲା; ମୁମ୍ବଇ ଇଣ୍ଡିଆନ୍‌ସ ତାହା କରିପାରିଛି । ରବିବାର ସନ୍‌ରାଇଜର୍ସ ହାଇଦରାବାଦ ବିପକ୍ଷରେ ୮ ୱିକେଟରେ ସହଜ ବିଜୟ ହାସଲକରି ମୁମ୍ବଇ ପ୍ଲେଅଫ୍‌ରେ ପହଞ୍ଚିଛି। ଆକାଶ ମଢ଼ୱାଲଙ୍କ ୪ ୱିକେଟ ପରେ କାମେରନ୍‌ ଗ୍ରୀନ୍‌ଙ୍କ ଅପରାଜିତ ଶତକ ବଳରେ ମୁମ୍ବଇ ଜିତି ନେଇଥିଲା। ମୟଙ୍କ ଅଗ୍ରୱାଲ ଓ ବିଭ୍ରାନ୍ତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‌ରାଇଜର୍ସ ୫ ୱିକେଟରେ ୨୦୦ ରନ୍‌ କରିଥିଲା। ପରେ ଗ୍ରୀନ୍‌ ଓ ରୋହିତଙ୍କ ମଧ୍ୟରେ ୧୨୮ ରନ୍‌ର ୨ୟ ଇନିଂସ ଭାଗିଦାରୀ ବଳରେ ୧୮ ଓଭରରେ ୨ ୱିକେଟ ହରାଇ ମୁମ୍ବଇ ଜିତିଥିଲା। ୧୪ଶ ମ୍ୟାଚ୍‌ରେ ୮ମ ବିଜୟ ପରେ ୧୬ ପଏଣ୍ଟ ପାଇ ମୁମ୍ବଇ ଇଣ୍ଡିଆନ୍‌ସ ୪ର୍ଥ ଦଳ ଭାବେ ପ୍ଲେଅଫ୍‌ରେ ପହଞ୍ଚିଛି। ବାଙ୍ଗାଲୋରକୁ ଗୁଜରାଟ ଟାଇଟାନ୍‌ସ ହରାଇବା ପରେ ମୁମ୍ବଇ ଇଣ୍ଡିଆନ୍‌ସ ପ୍ଲେଅଫ୍‌ ଖେଳିବା ନିଶ୍ଚିତ ହୋଇଯାଇଛି। ବୁଧବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସ ଏଲିମିନେଟର ମ୍ୟାଚ୍‌ ଖେଳିବ।
    ୨୦୧ ରନ୍‌ର ପିଛାକରିବା ସହ ମୁମ୍ବଇ ଇଣ୍ଡିଆନ୍‌ସକୁ ନେଟ୍‌ ରନ୍‌ରେଟ୍‌ ବଢ଼ାଇବା ଆବଶ୍ୟକ ଥିଲା। ଈଶାନ୍ କିଷନ୍‌ ୧୨ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୪ ରନ୍‌କରି ବିଦାୟ ନେଇଥିଲେ। କାମେରନ୍ ଗ୍ରୀନ୍‌ ଆସି ପ୍ରହାର ଆରମ୍ଭ କରିଥିଲେ। ରୋହିତ ଶର୍ମା ୧୨ ରନ୍‌ କରିଥିବା ବେଳେ ସାନ୍‌ବୀର ସିଂହ ତାଙ୍କର ସହଜ କ୍ୟାଚ୍ ଛାଡ଼ିଥିଲେ। ମୁମ୍ବଇ ଇଣ୍ଡିଆନ୍‌ସ ପାୱରପ୍ଲେରେ ୬୦ ରନ୍‌ରେ ପହଞ୍ଚି ଯାଇଥିଲା। ପରେ ଗ୍ରୀନ୍‌ ଆକ୍ରମଣ କରିଥିବା ବେଳେ ରୋହିତ କଳାତ୍ମକ ବ୍ୟାଟିଂ କରିଥିଲେ। ମାତ୍ର ୨୦ ବଲ୍‌ରୁ ଗୀନ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ପଛରେ ଆସି ଗୀନ୍‌ ୫୧ ରନ୍‌ କରିଥିବା ବେଳେ ରୋହିତ ୩୧ ରନ୍‌ କରିଥିଲେ। ୩୦ ବଲ୍‌ରୁ ରୋହିତ ଅର୍ଦ୍ଧଶତକ ପୂରଣ କରିଥିଲେ। ରୋହିତ ୫୧ ରନ୍‌ କରିଥିବା ବେଳେ ସାନ୍‌ବୀର ସିଂହ ପୁଣିଥରେ ତାଙ୍କ କ୍ୟାଚ୍‌ ଛାଡ଼ିଥିଲେ। ରୋହିତ ଓ ଗ୍ରୀନ୍‌ ୨ୟ ୱିକେଟ ପାଇଁ ୬୨ ବଲ୍‌ରୁ ୧୨୮ ରନ୍‌ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ରୋହିତ ୩୭ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୬ ରନ୍‌ କରିଥିଲେ। ଗ୍ରୀନ୍ ଓ ସୂର୍ୟ୍ୟକୁମାର ଯାଦବ ଆଉ ୱିକେଟ ପଡ଼ିବାକୁ ନଦେଇ ପରବର୍ତ୍ତୀ ୨୯ ବଲ୍‌ରୁ ୫୩ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ। ବିଜୟସୂଚକ ସିଙ୍ଗଲ୍‌ ନେଇ ଗ୍ରୀନ୍ ଶତକ ପୂରଣ କରିଥିଲେ। ଚଳିତ ଆଇପିଏଲ୍‌​‌େ​‌​‌ର ଏହା ୯ମ ଶତକ। କାମେରନ୍‌ ଗ୍ରୀନ୍‌ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୪୭ ବଲ୍‌ରୁ ୮ଟି ଲେଖାଏଁ ଛକା ଓ ଚୌକା ସହ ୧୦୦ ରନ୍‌କରି ଅପରାଜିତ ଥିଲେ। ସୂର୍ୟ୍ୟକୁମାର ୧୬ ବଲ୍‌ରୁ ୪ଟି ଚୌକା ସହ ୨୫ ରନ୍‌କରି ଅପରାଜିତ ରହିଥିଲେ। କାମେରନ୍ ଗ୍ରୀନ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook