ମୁଖ୍ୟ ଖବର
ଭୁବନେଶ୍ୱର: ଏକ ନିର୍ଦ୍ଧିଷ୍ଟ ପୋଜିସନରେ ବହୁ ସମୟ ଧରି କାମ କରିବା ଫଳରେ ମାଂସପେଶୀ ଟାଇଟ୍ ହୋଏ ବ୍ୟାକପେନ୍ ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟାରୁ ମୁକ୍ତି ପାଇଁ ଏକ୍ସରସାଇଜ୍ କରିବା ନିହାତି ଆବଶ୍ୟକ । ଏକ୍ସରସାଇଜ୍ ପାଇଁ ଯଦି ସମୟ ନାହିଁ ତେବେ ପଶ୍ଚିମ ନମସ୍କାର ଆସନ ନିଶ୍ଚିତ କରନ୍ତୁ ।
ନମସ୍କାରକୁ ଆପଣ ଛିଡ଼ାହୋଇ କିମ୍ବା ବସିକରି କରିପାରିବେ । ଏହି ଆସନରେ ଦୁଇ ହାତକୁ ପଛପଟକୁ ନେଇ ନମସ୍କାର ମୁଦ୍ରା କରିବାକୁ ପଡେ଼ । ଏଥିପାଇଁ ପ୍ରଥମେ କାନ୍ଧକୁ ଢିଲା ରଖି ହାତକୁ ଟିକେ ବୁଲାନ୍ତୁ । ଏହାପରେ ଦୁଇ ହାତକୁ ପଛପଟକୁ ନେଇଯାଆନ୍ତୁ ।
ପଛପଟରେ ହାତ ରଖି ଦୁଇ ପାପୁଲିକୁ ଏକାଠି କରି ନମସ୍କାର ମୁଦ୍ରା କରନ୍ତୁ । ଏହାପରେ ହାତକୁ ନମସ୍କାର ମୁଦ୍ରାରେ ଉପରକୁ ଉଠାନ୍ତୁ । ଏହି ଆସନ ମୁଦ୍ରାରେ ରହି କିଛି ସମୟ ନିଃଶ୍ୱାସ ନିଅନ୍ତୁ । ନିଃଶ୍ୱାସ ଛାଡ଼ିବା ଅବସ୍ଥାରେ ଧୀରେ ଧୀରେ ହାତକୁ ତଳକୁ ଆଣନ୍ତୁ । ଏହାପରେ ହାତକୁ ସାମାନ୍ୟ ଅବସ୍ଥାରେ ରଖନ୍ତୁ ।
ଏହି ଆସନ କଲେ ପେଟ ସମସ୍ୟା ସହ ପିଠି ଦରଜ ମଧ୍ୟ କମିଯାଏ । କାନ୍ଧ ଏବଂ ଛାତି ମାଂସପେଶୀକୁ ବି ଆରାମ ଲାଗିଥାଏ ।
Comments ସମସ୍ତ ମତାମତ