Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମୁମ୍ବାଇ ବିପକ୍ଷରେ ବଟଲରଙ୍କ ଶତକ

    Share on :
    ajab-Image
    Date: Apr 2, 2022    Views: 5079

    ମୁମ୍ବାଇ : ଆଜି ମୁମ୍ବାଇ ଓ ରାଜସ୍ଥାନ ମଧ୍ୟରେ ମ୍ୟାଚ ଚାଲିଛି  । ଟସ ଜିଣି ପ୍ରଥମେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ବୋଲିଂ କରିବାକୁ ନିଷ୍ପତି ନେଇଥିଲେ  । ମୁମ୍ବାଇର ଆହ୍ୱାନକୁ ଗ୍ରହଣ କରି ରାଜସ୍ଥାନ ଓପନର ଜୋସ ବଟଲର ଧମାକାଦାର ପାଳି ଖେଳିଥିଲେ  । ବଟଲର ୬୫ ବଲରେ ଶତକ ଅର୍ଜନ କରି ରାଜସ୍ଥାନକୁ ଦୃଢ଼ ସ୍ଥିତିରେ ରଖିଛନ୍ତି  । ଅନ୍ୟତମ ଓପନର ଜୈସ୍ୱାଲ ମାତ୍ର ୧ ରନ କରି ଆଉଟ ହୋଇଯାଇଛନ୍ତି  । ସେହିପରି ଦେବୀଦତ ପାଡ଼ିକଲ ମଧ୍ୟ ମାତ୍ର ୭ ରନ କରିଥିଲେ  । ତେବେ ବଟଲରଙ୍କ ସାଥ ଦେଇଥିଲେ ସଞ୍ଜୁ ସାମସନ  । ସାମସନଙ୍କ ଉପଯୋଗୀ ରନ ବଳରେ ରାଜସ୍ଥାନ ରୟାଲ୍ସ ଭଲ ସ୍କୋର ଅଭିମୁଖେ ଗତି କରୁଛି  । ବଟଲର ୬୫ ବଲରେ ଶତକ ଅର୍ଜନ କରି ରାଜସ୍ଥାନକୁ ଦୃଢ଼ ସ୍ଥିତିରେ ରଖିଛନ୍ତି  । ସିମ୍ରନ ହେଟମ୍ୟାର ମଧ୍ୟ ମୁମ୍ବାଇ ବୋଲରଙ୍କୁ ନିସ୍ତୁକ ପ୍ରହାର କରିଥିଲେ  ।  

    ଅପରପକ୍ଷରେ ମୁମ୍ବାଇ ବୋଲରମାନେ ପ୍ରଭାବୀ ପ୍ରଦର୍ଶନରେ ବିଫଳ ହୋଇଥିଲେ  । କେବଳ ବୁମରା କିଛି ମାତ୍ରାରେ ସଫଳ ହୋଇଥିବା ଲକ୍ଷ୍ୟ କରାଯାଇଛି  । ସେ କମ ରନ ଦେବା ସହ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି  । ଅଶ୍ୱିନୀ ମଧ୍ୟ ଖାସ ପ୍ରଦର୍ଶନ କରିପାରିନଥିଲେ  । ତେବେ ଟାଇମଲ ମିଲସ ଓ କିରନ ପୋଲାଡର଼୍ ଗୋଟିଏ ଲେଖାଏଁ ୱିକେଟ ନେବାରେ ସମର୍ଥ ହୋଇଛନ୍ତି  । ରାଜସ୍ଥାନକୁ ଅଟକାଇବା ପାଇଁ ରୋହିତ ବାରବାର ବୋଲିଂ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଥିଲା  ।

    Maximum 500 characters

    ଖେଳ ଖବର View all

    Find Us on Facebook