Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଧାନ ଏମ୍‌ଏସ୍‌ପି ୭୨ ଟଙ୍କା ବଢ଼ିଲା

    Share on :
    ajab-Image
    Date: May 14, 2026    Views: 3328

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ‌ବୈଠକରେ ୨୦୨୬-୨୭ ମାର୍କେଟିଂ ଋତୁ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ଧାନ (ସାଧାରଣ ମାନ)ର ଏମ୍‌ଏସ୍‌ପି ୭୨ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ୍‌ ପ୍ରତି ୨୪୪୧ ଟଙ୍କା ହୋଇଛି। ଗ୍ରେଡ୍‌ ଏ ମାନ ଧାନର ଏମ୍‌ଏସ୍‌ପି ୨୪୬୧ ଟଙ୍କାରେ ପହଞ୍ଚିଛି। ଏମ୍‌ଏସ୍‌ପି ବୃଦ୍ଧି ପରେ ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ମୁଗରେ ସର୍ବାଧିକ ୬୧%, ବାଜରା ଓ ମକାରେ ୫୬%, ହରଡ଼ରେ ୫୪% ଓ ଅନ୍ୟାନ୍ୟ ଫସଲରେ ଅତି କମରେ ୫୦% ଲାଭ ମିଳିବ।

    ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜିର ଦର ପ୍ରତି କ୍ବିଣ୍ଟାଲ ସର୍ବାଧିକ ୬୨୨ ଟଙ୍କା ବୃଦ୍ଧି ପାଇ ୮୩୪୩ ଟଙ୍କା, କପା ଦର ୫୫୭ ଟଙ୍କା ବଢ଼ି ୮୨୬୭ ଟଙ୍କା, ନାଇଜରସିଡ୍ (ଅଳସୀ) ୫୧୫ ଟଙ୍କା ବଢ଼ି ୧୦,୦୫୨ ଟଙ୍କା ଓ ରାଶି ଏମ୍‌ଏସ୍‌ପି ୫୦୦ ଟଙ୍କା ବଢି କ୍ବିଣ୍ଟାଲ୍‌ ପ୍ରତି ୧୦,୩୪୬ ଟଙ୍କା ହୋଇଛି। ମକାର ଦର ୧୦ ଟଙ୍କା ବଢ଼ି କ୍ୱିଣ୍ଟାଲ ପିଛା ୨,୪୧୦ ଟଙ୍କା, କ୍ବିଣ୍ଟାଲ ହିସାବରେ ହରଡ଼ ଦର ୪୫୦ ଟଙ୍କା ବଢ଼ି ୮,୪୫୦ ଟଙ୍କା, ମୁଗର ୧୨ ଟଙ୍କା ବଢ଼ି ୮,୭୮୦ ଟଙ୍କା, ବିରି ୪୦୦ ଟଙ୍କା ବଢ଼ି ୮,୨୦୦ ଟଙ୍କା,  ଚିନାବାଦାମ ୨୫୪ ଟଙ୍କା ବଢ଼ି ୭,୫୧୭ ଟଙ୍କା ଓ ସୋୟାବିନ୍ (ହଳଦିଆ) ଦାମ ୩୮୦ ଟଙ୍କା ବଢ଼ି ୫,୭୦୮ ଟଙ୍କା ହୋଇଛି। ଏହି ମୂଲ୍ୟ ବୃଦ୍ଧି ୨୦୧୮-୧୯ କେନ୍ଦ୍ରୀୟ ବଜେଟର ଘୋଷଣା ଅନୁଯାୟୀ କରାଯାଇଛି। ଏମ୍‌ଏସ୍‌ପିକୁ ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ରଖିବାକୁ ‌ସେହି ସମୟରେ ନିଷ୍ପତ୍ତି ନିଆଯାଇଥିଲା। ୨୦୧୪-୧୫ରୁ ୨୦୨୫-୨୬ ମଧ୍ୟରେ ୮,୪୧୮ ଲକ୍ଷ ଟନ୍‌ ଧାନ ସଂଗ୍ରହ କରାଯାଇଛି ଯାହା ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ହୋଇଥିବା ୪,୫୯୦ ଲକ୍ଷ ଟନ୍ ସଂଗ୍ରହ ତୁଳନାରେ ଯଥେଷ୍ଟ ଅଧିକ। ଗତ ୧୧ ବର୍ଷ ମଧ୍ୟରେ ଧାନ ଚାଷୀଙ୍କୁ ୧୬.୦୮ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହା ପୂର୍ବ ଉପା ସରକାର ଅମଳରେ ମାତ୍ର ୪.୪୪ ଲକ୍ଷ କୋଟି ଟଙ୍କା ଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook