Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନିୟୁ ଲୁକରେ ମାହି, ଫ୍ୟାନ୍ସ ବି ହେଲେ ଆଶ୍ଚର୍ୟ୍ୟ

    Share on :
    ajab-Image
    Date: Mar 20, 2025    Views: 2873

    ମୁମ୍ବାଇ : ମହେନ୍ଦ୍ର ସିଂହ ଧୋନୀ ଏ ନାଁ ପ୍ରତିଟି ଭାରତୀୟଙ୍କ ହୃଦୟର ସ୍ପନ୍ଦନ । ଏବେ ତାଙ୍କ ନିୟୁ ଲୁକକୁ ନେଇ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଲୁକ୍ ସାମ୍ନାକୁ ଆସିବା ପରେ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ସନ୍ଦୀପ ରେଡ୍ଡୀ ବାଂଗାଙ୍କ ନିର୍ଦ୍ଦେଶନାରେ ହୋଇଥିବା ଆନିମଲ ଫିଲ୍ମ ଏକ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମରେ ନଜର ଆସିଥିବା ରଣବୀର କପୁରଙ୍କ ଲୁକ୍ ବହୁ ଭାଇରାଲ ହୋଇଥିଲା । ରଣବୀର କପୁରଙ୍କ ଏହି ଲୁକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧୀନାୟକ ମହେନ୍ଦ୍ର ସିଂହ ଧୋନୀ ନଜର ଆସୁଛନ୍ତି । ଏମଏସ ଧୋନୀଙ୍କ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଆସିଛି। ଯେଉଁଥିରେ ସେ ଆନିମଲ ଫିଲ୍ମର ଡାଇଲଗ କହୁଥିବା ବି ନଜର ଆସୁଛନ୍ତି ।

    ଏମଏସ ଧୋନୀ ଇ-ମୋଟୋରାଡ଼ ଲାଗି ଏକ ବିଜ୍ଞାପନ କରୁଥିବା ନଜର ଆସୁଛନ୍ତି।  ଏହି ବିଜ୍ଞାପନରେ ଧୋନୀଙ୍କ ସହ ଆନିମଲ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବି ନଜର ଆସୁଛନ୍ତି । ଏହି ବିଜ୍ଞାପନରେ ହିଁ ଧୋନୀ ସନ୍ଦୀପ ରେଡ୍ଡୀ ବାଂଗାଙ୍କୁ କହୁଛନ୍ତି କି ‘ସୁନାଇ ଦେ ରହା ହେ ମୁଝେ, ବହରା ନହିଁ ହୁଁ ମେଁ‘ । ଏହି ବିଜ୍ଞାପନରେ ଧୋନୀଙ୍କ ଡାଇଲଗ ସହ ହିଁ ଷ୍ଟାଇଲ ବି ଆନିମଲର ରଣବୀରଙ୍କ ଭଳି ରହିଛି । 

     

     

    Maximum 500 characters

    ଖେଳ ଖବର View all

    Find Us on Facebook