Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟାଟୁ ପାଇଁ ମା'କୁ ଫେରି ପାଇଲା ପୁଅ

    Share on :
    ajab-Image
    Date: Oct 5, 2026    Views: 3729

    କେନ୍ଦ୍ରାପଡା: ଦୀର୍ଘ ୩୫ ବର୍ଷର ଆଶା, ଅପେକ୍ଷା ଓ ଦୁଃଖର ଅନ୍ତ ଘଟିଛି । ୩୫ ବର୍ଷ ଧରି ନିଖୋଜ ଥିବା ପ୍ରମିଳା ମଲିକ ଶେଷରେ ଆପଣାର ମାଟି ଓ ପରିବାର ନିକଟକୁ ଫେରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅଳପୁଆ ପଞ୍ଚାୟତର ନନ୍ଦଲାଲପାଟଣା ଗ୍ରାମରେ ଏବେ ଆନନ୍ଦ ଓ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମା' ଘରକୁ ଫେରିବା ପରେ ପୁଅର ଖୁସି କହିଲେ ନସରେ । ଓଡିଶାରୁ ନିଖୋଜ ଥିବା, ମହିଳାଙ୍କ ସନ୍ଧାନ ମିଳିଥିଲା ହିମାଚଳ ପ୍ରଦେଶରେ । ପିଲା ଦିନରେ ଗୋଟିଏ ଟାଟୁ ପାଇଁ ପିରବାର ସହିତ ହୋଇଛି ମହିଳାଙ୍କ ପୁର୍ନମିଳନ 
    ୪୦ ବର୍ଷ ତଳେ ପ୍ରମିଳା ଅଳପୁଆ ଗାଁର ଦୀନବନ୍ଧୁ ମଲିକକୁ ବିବାହ କରିଥିଲେ । ବିବାହର ଦୁଇବର୍ଷ ପରେ ତାଙ୍କର ପ୍ରଥମେ ଝିଅ ଓ ପରେ ଦୁଇ ବର୍ଷରେ ପୁଅ ମଧ୍ୟ ଜନ୍ମ ହୋଇଥିଲା । ମାତ୍ର ବିବାହର ୫ ବର୍ଷ ପରେ ପ୍ରମିଳା କେଉଁଆଡେ ଚାଲି ଯାଇଥିଲେ । ବହୁ ଖୋଜାଖୋଜି ପରେ ନ ମିଳିବାରୁ ପରିବାର ଲୋକେ ପ୍ରମିଳାଙ୍କୁ ଭୁଲିଯାଇଥିଲେ ।

    ପ୍ରମିଳା ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ବହା ଉପଖଣ୍ଡ ଅଞ୍ଚଳର ଧରଶିଳା ତହସିଲ ଅଧୀନରେ ରହୁଥିବା ବେଳେ ହାତରେ ଓଡିଆ ଭାଷାର 'ଚିତା' ପାଇଁ ତାଙ୍କୁ ଚିହ୍ନଟ କରାଯାଇଥିଲା । ପରବର୍ତ୍ତି ସମୟରେ ଦୁଇ ରାଜ୍ୟର ପ୍ରଶାସନିକ ସହାୟତା ଓ ଇଣ୍ଡିଆ କେୟାର୍ସ ସହଯୋଗରେ ଆଜି ପଟ୍ଟାମୁଣ୍ଡାଇ ପୋଲିସ ସହାୟତାରେ ପ୍ରମିଳା ଘରକୁ ଫେରିଛନ୍ତି ।
    ଘରକୁ ଫେରିବା ପରେ ପରିବାର ଭିତରେ ଖୁସି ଆଉ ଆନନ୍ଦ ଦେଖିବାକୁ ମିଳିଛି । ପ୍ରମିଳାଙ୍କ ପୁଅ ଓ ଝିଅ ମା'କୁ ପାଖରେ ପାଇ ବେଶ ଖୁସି । ମା'ର ବାକି ଜୀବନ ଭଲରେ ସେବା କରିବୁ ବୋଲି କହିଛନ୍ତି ଝିଅ ଓ ପୁଅ । ଜନ୍ମକଲା ମା'କୁ ପାଖରେ ପାଇ ପୁଅର ଖୁସି କହିଲେ ନସରେ ।

    ଏନେଇ ପ୍ରତିକ୍ରିୟା ରଖି ପୁଅ ଧ୍ରୁବ ଚରଣ ମଲିକ କୁହନ୍ତି, "ମା' ହିମାଚଳରେ ରହୁଥିଲା, ତାକୁ ଦୀର୍ଘବର୍ଷ ଧରି ଖୋଜି ଖୋଜି ପାଉନଥିଲି।ଓଡ଼ିଶା ପୋଲିସ କହିଲେ ସେ ସେଠାରେ ଅଛି । ମା'କୁ ସମସ୍ତେ ମୋ ପାଖକୁ ଆଣିଛନ୍ତି, ଏବେ ମୁଁ ତା'ର ସେବା କରିବି । ​ସକାଳେ ଇଟିଲି ତରକାରୀ ଆଣି ଦେଲି । ସେ କାହାରିକୁ ଚିହ୍ନିପାରୁନାହିଁ, ଖାଲି ଯିବା ପାଇଁ ବାହାରୁଛି । ମୁଁ ତାକୁ କହିଲି— 'ଭାତ ରୋଷେଇ ହେଉଛି, ଖାଇସାରି ଯିବୁ ।' ​ମୁଁ ତାକୁ ଯେତେବେଳେ ପାଇଛି, ତା' ପାଖେ ପାଖେ ରହି ତା'ର ସେବା କରିବି । ମା'କୁ ପାଇ ବହୁତ ଖୁସି ଅଛି ।"

    ସେହିପରି ଏଠାକୁ ଆସିବା ପରେ ପ୍ରମିଳା ମଲିକ ଖନାଇ ପ୍ରତିକ୍ରିୟା ରଖି କୁହନ୍ତି, କେଉଁଠି ଗାଏବ ହୋଇଯାଇଥିଲି, ସେସବୁ ମୋର କିଛି ମନେ ନାହିଁ । ଏଠି ସମସ୍ତେ ଭଲ ବ୍ୟବହାର କରୁଛନ୍ତି ସତ ହେଲେ ମୋ ମନ ଆଦୌ ଲାଗୁନି । ମୋତେ ଖାଲି ମୋ ଘରକୁ ଯିବାକୁ ଇଚ୍ଛା ହେଉଛି । ସେଠାରେ ମୋ ବାପା, ଭାଇ, ଭଉଣୀ ଆଉ ମୋ ଝିଅ ଅଛନ୍ତି । ସେମାନଙ୍କ କଥା ଭାରି ମନେପଡ଼ୁଛି, ସମସ୍ତଙ୍କୁ ଟିକେ ଦେଖିବାକୁ ଆଉ ନିଜ ଘରକୁ ଫେରିଯିବାକୁ ମୋ ଆଖି ଚାହିଁ ରହିଛି ବୋଲି କହିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook