Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ମଶା କାମୁଡ଼ୁଥିଲେ, ଆପଣାନ୍ତୁ ଏହି ଉପାୟ

    Share on :
    ajab-Image
    Date: Sep 13, 2020    Views: 8331

    ଏବେ ଲଘୁଚାପ ବର୍ଷା ଯୋଗୁଁ ଚାରିଆଡେ଼ ସନ୍ତସନ୍ତିଆ ରହିଛି । ଅନେକ ସ୍ଥାନ ଜଳମଗ୍ନ ହେବା ସହ ବନ୍ୟାପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁ ଚାରିଆଡେ଼ ଓଦା ସନ୍ତସନ୍ତିଆ ହୋଇ ମଶା ବଂଶ ବୃଦ୍ଧି ପାଏ । ମଶା କାମୁଡ଼ିବା ଦ୍ୱାରା ଡେଙ୍ଗୁ, ମ୍ୟାଲେରିଆ ରୋଗ ତ ହୁଏ, ତା ସହିତ ଶାନ୍ତିରେ ଶୋଇ ହୁଏନି । ଏବେ କରୋନା ସାଙ୍ଗକୁ ମଶାକାମୁଡ଼ା ଜନିତ ରୋଗର ଚିନ୍ତା ବି ବଢ଼ିଯାଇଛି । ରାସାୟନିକ ସାମଗ୍ରୀ ବଦଳରେ ହାତପାଆନ୍ତାରେ ମିଳୁଥିବା କେତେକ ପ୍ରାକୃତିକ ଜିନିଷ ବ୍ୟବହାର କରି ମଶା ଦାଉରୁ ସୁରକ୍ଷିତ ରହିପାରିବେ ।
    - ଲବଙ୍ଗ ତେଲ ଓ ନଡ଼ିଆ ତେଲ ମିଶାଇ ଦେହରେ ଲଗାଇଲେ ମଶା ପାଖକୁ ଆସିବେ ନାହିଁ ।
    - ସେହିପରି ନିମ୍ବ ଓ ନଡ଼ିଆ ତେଲ ଭଲ ଭାବେ ମିଶାଇ ଦେହରେ ଲଗାଇଲେ ମଶା ପାଖକୁ ଆସିବେନି ।
    - ଲେମ୍ବୁରସ ଏବଂ ନୀଳଗିରି ତେଲ ଏକ ପାତ୍ରରେ ମିଶାଇ ଦେହରେ ଲଗାଇଲେ ମଶା କାମୁଡ଼ିବେ ନାହିଁ । 
    - ରସୁଣ ଗନ୍ଧ ମଶାଙ୍କ ପାଇଁ ଅସହ୍ୟ । କେତୋଟି ପାଖୁଡ଼ା ରସୁଣ ଛେଚି ପାଣିରେ ଫୁଟାଇ ଦିଅନ୍ତୁ ଏବଂ ସେହି ପାଣି ଦେହରେ ଛିଞ୍ଚି ହୋଇଗଲେ ମଶା କାମୁଡ଼ାରୁ ସୁରକ୍ଷିତ ରହିବେ । ପୋଦିନା ପତ୍ର ଛେଚି ଏହାର ରସ ମଧ୍ୟ ଦେହରେ ଲଗାଇପାରନ୍ତି ।
    - ଘର ପାଖରେ ନିମତେଲ ସିଞ୍ଚନ କରିବା ତଥା ନିଜ ଦେହରେ ଲଗାଇବା ଦ୍ୱାରା ମଶା ଆସିବେନି ।
    - ମଶା କାମୁଡ଼ା ଯୋଗୁଁ ଅଧିକ କୁଣ୍ଡେଇ ହେଉଥିଲେ ମହୁ, ଘିକୁଅାଁରୀ ଜେଲ ମଧ୍ୟ ଲଗାଇ ପାରିବେ ।
    - ଅଳ୍ପ ବେକିଂ ସୋଢ଼ା ନେଇ ଏଥିରେ ଟିକେ ପାଣି ମିଶାଇ ମଶା କାମୁଡ଼ା ଜାଗାରେ ଲଗାଇ ଦେଇପାରିବେ । ଏହାର ୧୦-୧୫ ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ । ଯନ୍ତ୍ରଣା କମିଯିବ ।

    Maximum 500 characters

    ଘରକରଣ View all

    Find Us on Facebook