Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମେ’ ୨୭ରେ କେରଳ ଛୁଇଁବ ମୌସୁମୀ

    Share on :
    ajab-Image
    Date: May 14, 2022    Views: 3217

    ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅବଶ୍ୟ ଓଡ଼ିଶାରେ ମୌସୁମୀ କେବେ ଛୁଇଁବ, ସେକଥା କୁହାଯାଇନି। ହେଲେ ସାଧାରଣତଃ କେରଳ ଛୁଇଁବାର ୧୦ ଦିନ ଭିତରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିଥାଏ। ତେଣୁ ଓଡ଼ିଶାରେ ମୌସୁମୀ ଜୁନ୍‌ ପ୍ରଥମ ସପ୍ତାହରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

    ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ୱିଟ କରିଛି ଯେ ଚଳିତ ବର୍ଷ ମେ’ ୨୭ରେ ରେ ଦକ୍ଷିଣ ପଶ୍ଚିମ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହି ଆକଳନରେ ମଡେଲ ଜନିତ ତ୍ରୁଟି ୪ ଦିନ ଆଗ/ପଛ ହେବାର ସମ୍ଭାବନା ରହିଥିବର କେନ୍ଦ୍ର ପକ୍ଷରୁ କୁହାଯାଇଛି।

    ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମେ’ ୧୫ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି।
    ବିଭାଗ କହିଛି ଯେ ସାଧାରଣତଃ ମୌସୁମୀ ଜୁନ ୧ରେ କେରଳ ଛୁଇଁଥାଏ। ଏହାପରେ ପର୍ୟ୍ୟାୟକ୍ରମେ ଦେଶର ବିଭିନ୍ନ ପ୍ରାନ୍ତକୁ ଯାଇଥାଏ। ଏଥର ପାଗ ଅନୁକୂଳ ଥିବାରୁ ମୌସୁମୀ ଆଗୁଆ ଆସିବାର ରହିଛି। ମେ’ ୨୭ରେ ମୌସୁମୀ କେରଳ ଛୁଇଁବାକୁ ଥିବା ବେଳେ ଏଥର ଏହା ସ୍ୱାଭାବିକ ରହିବ।

    Maximum 500 characters

    ତାଜା ଖବର View all

    Find Us on Facebook