Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମନୋଜ ପାଢୀଙ୍କ ପାଇଁ ବଢିଲା ଅଡୁଆ

    Share on :
    ajab-Image
    Date: Jun 28, 2026    Views: 3160

    ଭୁବନେଶ୍ୱର: ସ୍କୁଲ ବହିରେ ତ୍ରୁଟିପାଇଁ ତତ୍କାଳୀନ ଏସସିଇଆରଟିର ନିର୍ଦ୍ଦେଶକ ମନୋଜ ପାଢୀଙ୍କ ପାଇଁ ବଢିଲା ଅଡୁଆ। ଗତକାଲି ନିଲମ୍ବନ ପରେ ତାଙ୍କର କାର୍ଯ୍ୟକଳାପ ଓ ବ୍ୟବହାରକୁ ନେଇ ଉଠିଛି ପ୍ରଶ୍ନ। ସେ ଏସସିଇଆରଟି ନିର୍ଦ୍ଦେଶକ ଥିବା ବେଳେ କାର୍ଯ୍ୟାଳୟରେ କର୍ମଚାରୀଙ୍କ ପ୍ରତି ଖରାପ ବ୍ୟବହାର ଓ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ପ୍ରାୟ ଦେଢ଼ବର୍ଷ ତଳେ ଚିଠି ଲେଖିଥିଲେ କିଛି ବିଧାୟକ ଓ ସାଂସଦ । ଯାହା ଏବେ ସାମ୍ନାକୁ ଆସିଛି। ସେପଟେ ପାଠ୍ୟପୁସ୍ତକଗୁଡ଼ିକରେ ଆହୁରି କିଛି ନୂଆ ତ୍ରୁଟି ଏବେ ସାମ୍ନାକୁ ଆସିଛି।.
    ପାଠ୍ୟପୁସ୍ତକରେ ଗଣ୍ଡା ଗଣ୍ଡା ଭୁଲ୍ ନେଇ ଗତ ଗୁରୁବାର ଖୋଦ୍ ମୁଖ୍ୟମନ୍ତ୍ରୀ ବଖାଣିଥିଲେ ଷଡ଼ଯନ୍ତ୍ର ଥିଓରୀ, ଆଉ ଗତକାଲି ହୋଇିଲା କଡ଼ା ଆକ୍ସନ।  ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କ ସମେତ ୪ ଜଣଙ୍କୁ କରାଯାଇଥିଲା ସସପେଣ୍ଡ। ଆଉ ଏବେ ସାମ୍ନାକୁ ଆସିଛି ମନୋଜ ପାଢ଼ୀଙ୍କ ବିରୋଧରେ କିଛି ବିଧାୟକ ଓ ଜଣେ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଏହି ଚିଠି। କୁହାଯାଉଛି ୯ ଡିସେମ୍ବର ୨୦୨୪ରେ ମନୋଜଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ତାଙ୍କୁ ପଦବିରୁ ହଟାଇବା ପାଇଁ ଜନ ପ୍ରତିନିଧିମାନେ ଏହି ଚିଠି ଲେଖିଥିଲେ। ଯେଉଁଥିରେ ସେ ଦୁର୍ନୀତିରେ ଲିପ୍ତ ଥିବା ସିଧା ସଳଖ ଅଭିଯୋଗ ଅଣାଯାଇଥିଲା। ଏପରିକି କର୍ମଚାରୀ ଓ ଭେଣ୍ଡରମାନଙ୍କଠାରୁ ପଇସା କଲେକସନ୍ କରୁଥିବା ଚିଠିରେ ଅଭିଯୋଗ କରାଯାଇଛି। 
    ଖାଲି ସେତିକି ନୁହେଁ, ଅଫିସରେ ଉଭୟ ପୁରୁଷ ଓ ମହିଳା କର୍ମଚାରୀମାନଙ୍କୁ ସେ ଦୁର୍ବ୍ୟବହାର କରୁଥିଲେ। ଜନ ପ୍ରତିନିଧିମାନଙ୍କ ଏହି ଚିଠି ପରେ ମନୋଜଙ୍କୁ କିଛି ଦିନପାଇଁ ଅନ୍ୟତ୍ର ଟ୍ରାନ୍ସଫର କରାଯାଇଥିଲେ। କିନ୍ତୁ ପରେ ପୁଣି  ଏସସିଇଆରଟିରେ ପୂର୍ବ ପଦବିକୁ ଫେରିଥିଲେ। ତେବେ ଏ ସଂପର୍କରେ ମନୋଜଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

    ଏଠି ପ୍ରଶ୍ନ ଉଠୁଛି ପୂର୍ବ ବିଜେଡି ସରକାର ସମୟରେ ବାବୁ ମନୋଜ କାହା ବଳରେ ଏତେ ବଳିଆନ୍ ଥିଲେ? କାହା ଆଶୀର୍ବାଦରେ ପୁଣି  ଏସସିଇଆରଟିର ନିର୍ଦ୍ଦେଶକ ପଦବୀକୁ ଫେରିଲେ? ଅନ୍ୟପଟେ ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି ପଛରେ ଆହୁରି କିଛି ବଡ ବଡିଆଙ୍କ ସଂପୃକ୍ତି ଥିବା କହିଛନ୍ତି ପୂର୍ବତନ  ଏସସିଇଆରଟି ନିର୍ଦ୍ଦେଶକ ଅଲେଖ ଚନ୍ଦ୍ର ପଢିଆରୀ। 

    ଗୋଟିଏ ପଟେ ବହି ବିଭ୍ରାଟକୁ ନେଇ ଘଣ୍ଟାଚକଟା, ଅନ୍ୟପଟେ ସ୍କୁଲ୍ ବହିରେ ଏହି ତ୍ରୁଟି ତାଲିକା କିନ୍ତୁ ସରୁନାହିଁ। ଯେମିତି ଅଷ୍ଟମ ଶ୍ରେଣୀ ସ୍ମୃତି ବହିର ୧୦୩ ନମ୍ବର ପୃଷ୍ଠାରେ ରାଜସ୍ଥାନୀ ସଙ୍ଗୀତ ହିନ୍ଦୀ ଚଳଚ୍ଚିତ୍ର ଗୀତ ନିମ୍ବୁଡ଼ା ନିମ୍ବୁଡ଼ା... ଏବଂ ପୃଷ୍ଟା ନମ୍ବର ୧୦୪ ରେ କାଶ୍ମୀର ଗୀତ ସ୍ଥାନ ପାଇଛି। ସେମିତି ଚତୁର୍ଥ ଶ୍ରେଣୀ ଇଂରାଜୀ ବହି ପଲ୍ଲବୀରେ ଭାସି ଯା ମୋର କାଗଜ ଡଙ୍ଗା ଏବଂ ପଞ୍ଚମ ଶ୍ରେଣୀ ଇଂରାଜୀ ବହି ପଲ୍ଲବୀର ୧୩୩ ନମ୍ବର ପୃଷ୍ଠାରେ ରଜଦୋଳି ଗୀତ ସ୍ଥାନ ପାଇଛି। ଏଭଳି ସାଂଘାତିକ ତ୍ରୁଟି ସାମ୍ନାକୁ ଆସିବା ପରେ ଦ୍ବନ୍ଦ୍ବରେ ପଡ଼ିଛନ୍ତି କୁନିକୁନି ଛତ୍ରଛାତ୍ରୀ ଓ ଅଭିଭାବକ।

    ବହି ବିଭ୍ରାଟ ପ୍ରସଙ୍ଗରେ ଗତକାଲି ୪ ଜଣଙ୍କୁ ସସପେଣ୍ଡ ସହ ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ତାଲିକା ଏତିକିର ସରିବ ନା ଆଗକୁ ଆହୁ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତାକୁ ଅପେକ୍ଷା। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook