Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନ ‘ଔଷଧ ବିକଳରେ ତାଟିଆ କାମୁଡ଼ି ହେଉଛନ୍ତି’

    Share on :
    ajab-Image
    Date: Feb 10, 2026    Views: 2740

    ଭୁବନେଶ୍ବର: ମଣ୍ଡି ଅବ୍ୟବସ୍ଥା ଓ ଧାନକିଣା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଧାନକିଣା ବ୍ୟବସ୍ଥାରେ ବିଭ୍ରାଟ କରିଥିଲେ, ସେମାନଙ୍କ ଧାନକିଣା ବିଷୟରେ କହିବାକୁ ନୈତିକ ସାହସ ନାହିଁ। ସରକାର ଇନ୍‌ପୁଟ୍ ରିଆତି ୮୦୦ ଟଙ୍କା ଦେଉଛନ୍ତି, ଏହାକୁ ସେମାନେ ସହି ପାରୁନାହାନ୍ତି। ୮୦୦ ଟଙ୍କା ପ୍ରସଙ୍ଗକୁ ବାଟବଣା କରିବା ପାଇଁ ସେମାନେ ଔଷଧ ବିକଳରେ ତାଟିଆ କାମୁଡ଼ି ହେଉଛନ୍ତି। ଧାନକିଣାକୁ ବ୍ୟବସ୍ଥିତ କରିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି। ଧାନ କ୍ବିଣ୍ଟାଲ ୮୦୦ ଟଙ୍କା ଅଧିକ ଦିଆଯାଉଛି, କିନ୍ତୁ ସେମାନେ ୫୦/୧୦୦ ଟଙ୍କା ଅଧିକ ଦେଇ ପାରୁ ନ ଥିଲେ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook