Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସବୁ ବିରୋଧୀ ଏକ ହୁଅନ୍ତୁ: ମନମୋହନ

    Share on :
    ajab-Image
    Date: Apr 14, 2026    Views: 3084

    ଭୁବନେଶ୍ୱର: ମେଣ୍ଟ ଚର୍ଚ୍ଚାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମାଲ କହିଛନ୍ତି ଗଣତନ୍ତ୍ର ବ୍ୟବସ୍ଥାରେ ସମସ୍ତଙ୍କର ସବୁ ଅଧିକାର ଅଛି। ଯେଉଁମାନେ କରୁଛନ୍ତି, ସେମାନେ ତାଙ୍କ ରାସ୍ତାରେ ଯାଉଛନ୍ତି। କିଛି ଭାବିକି ସେମାନେ ଏମିତି କରୁଥିବେ। ଆମେ ବ୍ୟସ୍ତ, ବିବ୍ରତ ହେବାନି। ଆମେ ସେ ବିଷୟରେ କିଛ କହିବା ଠିକ୍ ହେବନି। ବିଜେଡି କଂଗ୍ରେସ ହାତ ମିଳେଇଲେ ସମାଜ ପାଇଁ ଲାଭ ହେବ। ଏକ ଶକ୍ତିଶାଳୀ ବିରୋଧୀ ଦଳ ତିଆରି ହେବ। ଗଣତନ୍ତ୍ର ପାଇଁ ବିରୋଧୀ ଦଳ ଶୁଭଙ୍କର। ଆମେ ଚାଂହୁଛୁ ସବୁ ଦଳ ମିଶିକି ଗୋଟିଏ ବିରୋଧୀ ଦଳ ହୁଅନ୍ତୁ । ସେମାନେ ବିଜେପି ବିରୋଧରେ ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ । ବିରୋଧ ପାଇଁ ବିରୋଧ ନ କରି ଓଡ଼ିଶାର ଉନ୍ନତି ପାଇଁ ପ୍ରସ୍ତାବ ଦିଅନ୍ତୁ ବୋଲି କହିଛନ୍ତି ମନମୋହନ ସାମଲ ।  

    ପ୍ରକାଶ ଯେ ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେଡ଼ି-କଂଗ୍ରେସ ମେଣ୍ଟ ହୋଇପାରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏନେଇ ସବୁଜ ସଂଙ୍କେତ ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ପିସିସି ମୁଖିଆ ଗତକାଲି କହିଥିଲେ, "ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରେ । ପଞ୍ଚାୟତ ନିର୍ବାଚନରେ ବିଜେଡି ସହିତ କଂଗ୍ରେସ ମିଶିବାର ନାହିଁ । ଯଦି ଖଡଗେଜୀ ଏବଂ ରାହୁଲ ଗାନ୍ଧୀ ଏବଂ ବିଜେଡି ସୁପ୍ରିମୋ ଚାହିଁବେ ତାହେଲେ କଣ ହୋଇପାରେ । ରାଷ୍ଟ୍ରର ହିତ ପାଇଁ ବିଜେଡ଼ି ସହିତ କଂଗ୍ରେସ ମିଶି ଓଡିଶାରେ ସିକୁଲାର ପାଟି ତିଆରି ହେଲେ ଆମର କିଛି ଆପତ୍ତି ନାହିଁ । ମାତ୍ର ପଞ୍ଚାୟତ ନିର୍ବାଚନରେ ସେମିତି କିଛି ହେବାର ନାହିଁ । ଆମେ ଏକାକି ଲଢିବା ନେଇ ପ୍ରସ୍ତୁତ ଅଛୁ । ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେ ଯଦି ଚାହାନ୍ତି ତେବେ ଓଡ଼ିଶାରେ ମେଣ୍ଟ ହୋଇପାରେ । ମେଣ୍ଟ ପ୍ରସଙ୍ଗରେ ଉଭୟ ଦଳ ମଧ୍ୟରେ କୌଣସି ଆଲୋଚନା ହୋଇନାହିଁ । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ନିଜର ସଂଗଠନ ସୁଦୃଢ କରୁଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ୟ୍ୟାୟରେ ପହଁଚିଛି । କଂଗ୍ରେସ ପକ୍ଷରୁ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିସାରିଛି ।"
    ସେହିପରି ପିସିସି ସଭାପତିଙ୍କ ମେଣ୍ଟ ଆକଳନକୁ ପରୋକ୍ଷରେ ସମର୍ଥନ କଲେ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର । ସେ କହିଛନ୍ତି, "ସମ୍ଭାବନା ସବୁ କ୍ଷେତ୍ରରେ ରହିଛି । ବିଭିନ୍ନ ବିଷୟରେ ଥାଏ । ପିସିସି ସଭାପତି ଯଦି କହିଛନ୍ତି ତାହାଲେ କିଛି ଅନୁଧ୍ୟାନ କରି କହି ଥିବେ। ପରିସ୍ଥିତିକୁ ଦେଖି ରାଜ୍ୟ ସ୍ଵାର୍ଥ ଅନୁଯାୟୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।"

    Maximum 500 characters

    ରାଜନୀତି View all

    Find Us on Facebook