Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟସଭା ପ୍ରାର୍ଥୀ: ମନମୋହନ ସାମଲଙ୍କ କେତେ ସମ୍ପତ୍ତି ଜାଣନ୍ତୁ ?

    Share on :
    ajab-Image
    Date: Mar 7, 2026    Views: 3109

    ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ କରିଛି। ୬୬ବର୍ଷୀୟ ଶ୍ରୀ ସାମଲ ଆଇନ ଡିଗ୍ରୀ ହାସଲ କରିଥିବାବେଳେ ତାଙ୍କ ନାଁରେ ୪ଟି ଅପରାଧିକ ମାମଲା ବିଚରାଧୀନ ରହିଛି । କୁଜଙ୍ଗ, ଧାମନଗର, ଭଣ୍ଡାରୀପୋଖରୀ ଓ ବନ୍ତ ଥାନାରେ ବିଭିନ୍ନ ସମୟରେ ରୁଜୁ ହୋଇଛି, ଯେଉଁଥିରେ ମୁଖ୍ୟତଃ ଆନ୍ଦୋଳନ ଓ କୋଭିଡ ନିୟମ ଉଲ୍ଲଙ୍ଘନ ଭଳି ଅଭିଯୋଗ ରହିଛି । ତେବେ କୌଣସି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

    ତାଙ୍କର ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ପ୍ରାୟ ୪.୭୫କୋଟି ଟଙ୍କା। ଏଥିରେ ପତ୍ନୀ ପ୍ରଣତି ସାମଲଙ୍କ ନାଁରେ ୨.୮୬କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଯେଉଁଥିରେ ୭ଟି ଅଶୋକ ଲେଲ୍ୟାଣ୍ଡ ଟ୍ରକ ଓ ଗୋଟିଏ ଇନୋଭା ଗାଡ଼ି ସାମିଲ ଅଛି। 

    ଭଣ୍ଡାରୀପୋଖରୀ ଓ ଭଦ୍ରକ ଅଂଚଳରେ ଶ୍ରୀ ସାମଲଙ୍କ ନାଁରେ ମୋଟ ୧.୩୦କୋଟି ଟଙ୍କାର ସମ୍ପତ୍ତି ରହିଛି । ଭୁବନେଶ୍ୱରର ବରମୁଣ୍ଡାଠାରେ ତାଙ୍କର ଏକ ଡୁପ୍ଲେକ୍ସ ଘର ରହିଛି, ଯାହାର ବଜାର ମୂଲ୍ୟ ୧.୦୫କୋଟି ଟଙ୍କା ହେବ। ଶ୍ରୀ ସାମଲଙ୍କ ପତ୍ନୀଙ୍କ ନାଁରେ ଏବେ ୭୫.୧୦ଲକ୍ଷ ଟଙ୍କାର ଋଣ ମଧ୍ୟ ରହିଛି।

    Maximum 500 characters

    ରାଜନୀତି View all

    Find Us on Facebook