Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭାରତୀୟ ସଭ୍ୟତାର ଅଦମ୍ୟ ସାହସକୁ ପ୍ରଦର୍ଶନ କରୁଛି ‘ସୋମନାଥ ସ୍ୱାଭିମାନ ପର୍ବ’: ମନମୋହନ ସାମଲ

    Share on :
    ajab-Image
    Date: Jan 11, 2026    Views: 2510

    ଭୁବନେଶ୍ୱର: ଭାରତର ଆସ୍ଥା, ବିଶ୍ୱାସ ଓ ସଭ୍ୟତାର ପ୍ରତୀକ ହେଉଛି ଗୁଜୁରାଟର ସୋମନାଥ ମନ୍ଦିର । ଏହି ମନ୍ଦିର ଉପରେ ଜାନୁଆରୀ ୧୦୨୬ ମସିହାରେ ଗଜନୀର ସୁଲତାନ ମହମ୍ମୁଦ ପ୍ରଥମ ଆକ୍ରମଣ କରିଥିଲେ । ଭାରତର ଧର୍ମ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ଅପଚେଷ୍ଟା କରି ମନ୍ଦିରକୁ ଧ୍ୱଂସ କରିଦେଇଥିଲେ । ଜାନୁଆରୀ ୮, ୯ ଏବଂ ୧୦ ତିନି ଦିନ ଧରି ଏହି ଆକ୍ରମଣ ଚାଲିଥିଲା । ଏହି ଘଟଣାକୁ ୧୦୦୦ ବର୍ଷ ପୂରଣ ହୋଇଛି । ଉକ୍ତ ହୃଦୟ ବିଦାରକ ଘଟଣାକୁ ମନେପକାଇବା ସହିତ ସୋମନାଥ ମନ୍ଦିର ଏହି ୧୦୦୦ ବର୍ଷର ସହନଶୀଳତା, ପୁନରୁଦ୍ଧାର ଏବଂ ନିରନ୍ତରତାକୁ ରେଖାଙ୍କିତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଚଳିତ ବର୍ଷକୁ ସୋମନାଥ ସ୍ୱାଭିମାନ ପର୍ବ ରୂପେ ପାଳନ କରାଯାଉଛି । ଏହି ପର୍ବ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ପ୍ରଦର୍ଶନ କରୁଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ସୋମନାଥ ପୀଠରୁ ଏହି ପର୍ବର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସୋମନାଥ ମନ୍ଦିର ଅଖଣ୍ଡତାକୁ ନମନ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଓଡ଼ିଶାର ସମସ୍ତ ଶୈବପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ପାଳନ କରାଯାଉଛି । ଆଜି ଦେଶର ସମସ୍ତ ଶିବ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ ସହ ଓଁକାର ମନ୍ତ୍ର ଜପ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ୧୦୦୦ ଦୀପ ପ୍ରଜ୍ଜଳନ କରାଯାଇ ପୂଜାର୍ଚ୍ଚନା କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ୧୦୦୦ ବର୍ଷ ଧରି ବହୁ ଉତ୍‌ଥାନ-ପତନ ସତ୍ୱେ ମଧ୍ୟ ଆଜି ଏହି ମନ୍ଦିର ନିଜର ଗୌରବ ମହିମା ମଣ୍ଡିତ କରି ଛିଡା ହୋଇରହିଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗୃହମନ୍ତ୍ରୀ ଥିଲାବେଳେ ସୋମନାଥ ମନ୍ଦିରର ପୁନଃନିର୍ମାଣ ଆରମ୍ଭ କରିଥିଲେ । ୧୧ ମଇ ୧୯୫୧ରେତ୍ତତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ପୁନଃନିର୍ମିତ ସୋମନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯାଇଥିଲା । ୧୦୦୦ ବର୍ଷ ସଂଘର୍ଷ ଯାତ୍ରାରେ ଯେଉଁମାନେ ବଳିଦାନ ଦେଲେ ସେମାନଙ୍କୁ ମନେପକାଇବା ପାଇଁ ଆଜି ଏହି ସ୍ୱାଭିମାନର ପର୍ବ ପାଳନ କରାଯାଉଛି । ଭାରତ ବର୍ଷର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ କରିବା ଏବଂ ସମୃଦ୍ଧ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ ଦର୍ଶାଉଛି । ସୋମନାଥ ମନ୍ଦିରର ଅଖଣ୍ଡତା ପାଇଁ ସଭିଏଁ ପ୍ରାର୍ଥନା କରିବା ସହ ସଂକଳ୍ପ ନେବାକୁ ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ । 
    ଏହି ଅବସରରେ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ବିଧାୟକ ଶ୍ରୀ ବାବୁ ସିଂ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି, ଶ୍ରୀ ଅଶୋକ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି, ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର, ଶ୍ରୀ କାଳନ୍ଦୀ ଚରଣ ସାମଲ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ କୁମାର ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ଓ ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରମୁଖଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ଏବଂ ଶତାଧ୍ଚଳ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook