Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତଙ୍କର ଅନାସ୍ଥା ଆଣିବାର ଅଧିକାର ଅଛି’

    Share on :
    ajab-Image
    Date: Sep 21, 2025    Views: 3344

    ସମ୍ବଲପୁର: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଅନାସ୍ଥା ଆଣିଛି । ତେବେ ଏହି ଅନାସ୍ଥା ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତଙ୍କର ଅନାସ୍ଥା ଆଣିବାର ଅଧିକାର ଅଛି । କୌଣସି ବି ଦଳ ଅନାସ୍ଥା ଆଣିପାରିବ । କଂଗ୍ରେସ ଯଦି ଚାହିଁବ ଗଣତନ୍ତ୍ର ପଦ୍ଧତିରେ ଅନାସ୍ଥା ଆଣିପାରିବ । ଅନ୍ୟ ବିରୋଧୀ ଦଳ ମଧ୍ୟ ଅନାସ୍ଥା ଆଣିପାରିବେ । ଏଥିରେ କୌଣସି ପ୍ରକାର ଅସୁବିଧା ନାହିଁ ହୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଅନାସ୍ଥା ଆଣିଲେ ବିଧାନସଭାରେ ଖୋଲା ଆଲୋଚନା ହୋଇପାରିବ ।   ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ଯଦି ଗଣତାନ୍ତ୍ରିତ ପଦ୍ଧତିରେ ଅନାସ୍ଥା ଆଣିଛନ୍ତି । ତେବେ ବାଚସ୍ପତି ଏହାକୁ ଗ୍ରହଣ କରିବେ । ହେଲେ ଏଥିରେ କୌଣସି ପ୍ରକାର ତ୍ରୁଟିଥିଲେ ଏହାକୁ ପ୍ରତ୍ୟାକ୍ଷାନ କରିବେ ।ମୌସୁମୀ ଅଧିବେଶନ ର ପ୍ରଥମ ଦିନରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପଚିଙ୍କୁ ଅନାସ୍ଥ ପାଇଁ ଚିଠି ଦେଇଛନ୍ତି । ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହାକୁ ସମର୍ଥନ ଦେଇଛନ୍ତି । ବିଧାନସଭା ସଚିବଙ୍କ ଜରିଆରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ । ତେବେ ଏଥିରେ କୌଣସି ପ୍ରକାର ତ୍ରୁଟି ନଥିଲେ ଏହା ଉପରେ ଆଲୋଚନା ହେବ ବୋଲି ସମ୍ବଲପୁର ଗସ୍ତରେ ଯାଇ ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

    Maximum 500 characters

    ରାଜନୀତି View all

    Find Us on Facebook