ମୁଖ୍ୟ ଖବର
ଭୁବନେଶ୍ଵର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିଛନ୍ତି। ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଏଥର ପଦ୍ମ ଫୁଟିବ। ଏଥିସହିତ ସେ ଚାଷୀଙ୍କୁ ବୋନସ ଏବଂ ବିକାଶକୁ ନେଇ ଚଳିତବର୍ଷ ଉପନିର୍ବାଚନର ମୁଖ୍ୟ ପ୍ରସଙ୍ଗ ରହିବ ବୋଲି କହିଛନ୍ତି। ଏପରିକି ଗତ କିଛି ଦିନ ଧରି ଲାଗିରହିଥିବା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏବେ ହେବାର ସମ୍ଭାବନା ନାହିଁ ବୋଲି ମନମୋହନ ସୂଚନା ଦେଇଛନ୍ତି।
ମୋହନ ସରକାରକୁ ଦେଢ଼ ବର୍ଷ ପୂରିଥିଲେ ବି ଏଯାଏଁ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । କିଛି ମନ୍ତ୍ରୀ, ଏକାଧିକ ପୋଷ୍ଟ ମାଡ଼ିବସିଥିଲେ ବି ମନ୍ତ୍ରିମଣ୍ଡଳ ଅଦଳବଦଳ ହେଇନି । ତେଣୁ ଚର୍ଚ୍ଚା ହେଉଥିଲା ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ସହିତ କିଛି ନୂଆ ମୁହଁଙ୍କୁ ସାମିଲ କରିପାରନ୍ତି ମୋହନ ମାଝୀ । ହେଲେ ରାଜ୍ୟ ସଭାପତି କିନ୍ତୁ ସିଧା ସିଧା କହିଦେଇଛନ୍ତି ଯେ, ରାଜ୍ୟରେ ଏବେ ହେବନି ମନ୍ତ୍ରିମଣ୍ଡଳ ଅଦଳବଦଳ ।
Comments ସମସ୍ତ ମତାମତ