Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦିଲ୍ଲୀ ଗଲେ ମନମୋହନ, ବଢ଼ିଲା ଚର୍ଚ୍ଚା

    Share on :
    ajab-Image
    Date: Sep 3, 2025    Views: 3549

    ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତିି ମନମୋହନ ସାମଲ ବୁଧବାର ଦିଲ୍ଲୀ ଯାଇଛନ୍ତି । ଏହି ଅବସରରେ ସେ କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଦିଲ୍ଲୀ ଗସ୍ତରେ ଅଛନ୍ତି । ଆଉ ଏହାରି ଭିତରେ ଶ୍ରୀ ସାମଲଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଯେ ଦିଲ୍ଲୀରେ ରାଜ୍ୟ କମିଟି, ବୋର୍ଡ ନିଗମ ନେଇ ଆଲୋଚନା ହୋଇପାରେ । ତେବେ ଏସବୁ ଭିତରେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ଭିତରେ ମନମୋହନ ସାମଲ ବାରମ୍ୱାର ଦିଲ୍ଲୀ ଗସ୍ତ କରିଛନ୍ତି । ତେବେ ଏହାରି ଭିତରେ ଖବର ଆସୁଛି ଯେ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ପାଇଁ ଦିଲ୍ଲୀରେ ମାରାଥାନ ବୈଠକ ହେଉଥାଇପାରେ । 

    ଆସନ୍ତା ୧୮ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ । ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ, କେନ୍ଦ୍ରୀୟ ନେତାଙ୍କ ଗ୍ରୀନ ସିଗନାଲ ମିଳିବା ପରେ ଖୁବଶୀଘ୍ର ପ୍ରଥମେ ନିଗମ ଓ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମରେ କିଏ ଇନ୍ ଓ କିଏ ହେବେ ଆଉଟ୍, ତାକୁ ନେଇ ଚାଲିଛି ମାନସ ମନ୍ଥନ ।

    Maximum 500 characters

    ରାଜନୀତି View all

    Find Us on Facebook