ମୁଖ୍ୟ ଖବର
ଭୁବନେଶ୍ୱର:ଓଡ଼ିଶାର ୧୧୭ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଗଞ୍ଜାମ ଗସ୍ତରେ ଯାଇ କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ଏଥର ବିଜେଡିରେ ବିସ୍ଫୋରଣ ହେବ । ବିଜେଡିର ସବୁ ବିଧାୟକ ତାଙ୍କ କଣ୍ଟାକ୍ଟରେ ଥିବା କହିଛନ୍ତି ମନମୋହନ ସାମଲ । ଓଡ଼ିଶାର ୧୧୭ ବିଧାୟକ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ଗଞ୍ଜାମ ଗସ୍ତରେ ଯାଇ କହିଛନ୍ତି ବିଜେପି ସଭାପତି । ବିଜେଡିରୁ ନିଲମ୍ବିତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ମନମୋହନଙ୍କ ଏଭଳି ବୟାନ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ନେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତରରେ ଏଭଳି କହିଛନ୍ତି ବିଜେପି ସଭାପତି । ସାମଲ କହିଥିଲେ, କେବଳ ଗୋପାଳପୁର ବିଧାୟକ ନୁହେଁ, ସମସ୍ତ ବିଧାୟକଙ୍କ ସହ ସେ କଥାବାର୍ତ୍ତା ହେଉଛନ୍ତି ।
Comments ସମସ୍ତ ମତାମତ