Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଜେପି ନଡ୍ଡାଙ୍କୁ ଭେଟି ଫେରିବା ପରେ କ’ଣ କହିଲେ ମନମୋହନ ସାମଲ, ଜାଣନ୍ତୁ

    Share on :
    ajab-Image
    Date: May 18, 2023    Views: 3431

    ଭୁବନେଶ୍ୱର: ଆସନ୍ତା ମେ’ ୩୦ରୁ ଜୁନ୍ ୩୦ତାରିଖ ପର୍ୟ୍ୟନ୍ତ ଏକମାସ ଧରି ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିର ସଫଳତାକୁ ଓଡ଼ିଶା ବିଜେପି ପାଳନ କରିବ । ଗାଁ ଗାଁରେ ସଭାସମିତି, ବୈଠକ ଆଦି କରି ଲୋକଙ୍କୁ ମୋଦି ସରକାରର ସଫଳତା ସମ୍ପର୍କରେ ଅବଗତ କରାଯିବ । ଏହାସହିତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କିଭଳି କ୍ଷମତାକୁ ଆସିବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।

    ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟି ଫେରିବା ପରେ ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି।

    ଶ୍ରୀ ସାମଲ କହିଛନ୍ତି ଯେ, ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡାଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହୋଇଛି । ରାଜ୍ୟର ସବୁ ପ୍ରସଙ୍ଗରେ ରାଷ୍ଟ୍ରୀୟ ସଭାପତିଙ୍କୁ ଅବଗତ କରାଇବା ସହ  ବିଶେଷକରି ସଂଗଠନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ପାଳନ ଓଡ଼ିଶାରେ ବିଜେପି ପକ୍ଷରୁ କରାଯିବ। ଏଥିପାଇଁ ବିଜେପି ନେତାମାନେ ଗାଁ ଗାଁକୁ ଯାଇ ସଭାସମିତି ଓ ବୈଠକ କରି ମୋଦି ସରକାରଙ୍କ ସଫଳତାର ବାର୍ତ୍ତା ଲୋକଙ୍କ ନିକଟରେ ପହଂଚାଇବେ । କେନ୍ଦ୍ରରେ ବିଜେପିର ସରକାର ରହିଛି। ଓଡ଼ିଶାରେ ୨୦୨୪ରେ କିଭଳି ବିଜେପି ସରକାର ଆସିବ ତା’ ଉପରେ କାର୍ୟ୍ୟକ୍ରମ ହାତକୁ ନିଆଯାଉଛି । ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିର ସଫଳତା ପାଇଁ ଏକମାସର ଅଭିଯାନକୁ କିଭଳି ସଫଳ କରାଯିବ ସେ ଦିଗରେ ବୈଠକ କରାଯିବ । ଏହି ଅଭିଯାନକୁ ସଫଳ କରିବା ନିମନ୍ତେ କାର୍ୟ୍ୟକ୍ରମ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook