ମୁଖ୍ୟ ଖବର
ଭୁବନେଶ୍ବର: ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ମଙ୍ଗଳବାର ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଏହି ପରିପ୍ରେକ୍ଷୀରେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି କି, ଆଜି ନୂଆଦିଲ୍ଲୀରେ ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ସହ ସାକ୍ଷାତ କରିବାର ଅବସର ପ୍ରାପ୍ତ ହେଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗୁରୁତ୍ତ୍ଵପୂର୍ଣ୍ଣ ବିଷୟରେ ଆଲୋଚନା କଲି ।
ଏହି ଅବସରରେ ବିହାର ବିଧାନସଭା ନିର୍ବାଚନ ବିଜୟର ଅଭିନନ୍ଦନ ଓ ଶୁଭକାମନା ଜଣାଇଲି । ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ନୂଆପଡ଼ା ଉପନିର୍ବାଚନ ବିଜୟର ଅଭିବାଦନ ଜଣାଇଛନ୍ତି ।
Comments ସମସ୍ତ ମତାମତ