Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି ସ୍ଥାନରେ ମନ ଖୋଲି ଖର୍ଚ୍ଚ କରନ୍ତୁ ଟଙ୍କା

    Share on :
    ajab-Image
    Date: Oct 7, 2022    Views: 2417

    ଭୁବନେଶ୍ୱର: ଦିନକୁ ଦିନ ଟଙ୍କା ରୋଜଗାର କରିବା ଏକ ପ୍ରତିଯୋଗିତାରେ ପରିଣତ ହେବାରେ ଲାଗିଛି  । ଲୋକେ ଆଧୁନିକ ଯୁଗର ଜୀବନଶୈଳୀ ଆପଣେଇବା ପାଇଁ ଯଥା ସମ୍ଭବ ଚେଷ୍ଠା କରିବାରେ ଲାଗିପଡ଼ିଛନ୍ତି  । ଏଥିମଧ୍ୟରେ ରୋଜଗାର କରିବାର ନିଶା ବଢ଼ିବା ସଙ୍ଗେ ସଙ୍ଗେ ଖର୍ଚ୍ଚ ମଧ୍ୟ ହେଉଛି  । ମଣିଷ ନିଜ ଆଗାମୀ ପିଢ଼ି ପାଇଁ ସଞ୍ଚୟ ମଧ୍ୟ କରିବାରେ ଲାଗିଛି  ।  କିନ୍ତୁ ଆପଣଙ୍କ ରୋଜଗାର ବା କଠିନ ପରିଶ୍ରମ ଦ୍ୱାରା ଅର୍ଜିତ ଏହି ଧନକୁ କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା ଜାଣି ରଖିବା ଅତ୍ୟନ୍ତ ଅବଶ୍ୟକ । ନଚେତ ପଶ୍ଚାତାପ କରିବା ସାର ହେବ ।

    ରୋଗୀଙ୍କୁ ସହାୟତା: ଗରିବ ରୋଗଗ୍ରସ୍ଥ ଲୋକଙ୍କ ସହାୟତା କରିବା ଲାଗି ଯେତିକି ହୋଇପାରିବ କରନ୍ତୁ । ଏଭଳି କରିଲେ ଭଗବାନ ପ୍ରସନ୍ନ ହେବା ସହ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇଥାଏ ।

    ଦରିଦ୍ରଙ୍କୁ ସହାୟତା: ସର୍ବଦା ଗରିବ ଏବଂ ଆବଶ୍ୟକତା ଲୋକଙ୍କ ସହାୟତା କରିବା ଉଚିତ । ଏପରି କରିବା ଦ୍ୱାରା ପୂଣ୍ୟ ମିଳେ । ଏଥିପାଇଁ ଆପଣ ଗରିବ ଶିଶୁଙ୍କ ଶିକ୍ଷାରେ ଧନ ଖର୍ଚ୍ଚ କରିପାରିବେ । ଏପରି କଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି ।

    ସାମାଜିକ କାର୍ଯ୍ୟ: ଯାହା ବି ରୋଜଗାର କର ତାର କିଛି ଅଂଶ ସାମାଜିକ କାର୍ଯ୍ୟରେ ଲଗାଇବା ଉଚିତ । ଏହାଛଡ଼ା ଡାକ୍ତରଖାନା ଏବଂ ସ୍କୁଲ ଆଦିକୁ ଦାନ କରିପାରିବେ । ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇଥାଏ । ଏଥିସହ ସମାଜରେ ପ୍ରତିଷ୍ଠା ବଢ଼ିଥାଏ ।

    ଧର୍ମସ୍ଥଳ ପାଇଁ ଦାନ: ଧର୍ମ ସ୍ଥଳରେ ଦାନ କରିବା ଦ୍ୱାରା ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ । ଫଳରେ ନିଜ ସହ ପରିବାରରେ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ ।

     

    Maximum 500 characters

    ବିଶେଷ View all

    Find Us on Facebook