Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସ ନେତୃତ୍ୱଙ୍କୁ ମହମ୍ମଦ ମୋକିମଙ୍କ ତେରେଚ୍ଛା ବାଣ

    Share on :
    ajab-Image
    Date: Mar 10, 2023    Views: 3602

    ଭୁବନେଶ୍ୱର: କଂଗ୍ରେସ ନେତୃତ୍ୱଙ୍କୁ ଦଳର ବିଧାୟକ ମହମ୍ମଦ ମୋକିମଙ୍କ ତେରେଚ୍ଛା ବାଣ । ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ କୁମାର ବିଶ୍ୱାଳ ଓ ହେମାନନ୍ଦ ବିଶ୍ୱାଳଙ୍କ ପରେ କଂଗ୍ରେସରେ ଚେହେରା ନାହାନ୍ତି । ଏଭଳି ନେତୃତ୍ୱ ନଥିବାରୁ ଦଳ ଶୁପ୍ତ ଅବସ୍ଥାକୁ ଆସିଗଲାଣି । କଂଗ୍ରେସ ଲୋକଙ୍କ ପୁନଃଆସ୍ଥାଭାଜନ ହେଲା ଭଳି ଦଳରେ ନେତା ନାହାନ୍ତି । ମୋକିମ କହିଛନ୍ତି, ମୁଁ କଂଗ୍ରେସରେ ଅଛି । ବିଗତ ଦିନରେ ମୁଁ ସତ୍ୟ ପରିପ୍ରକାଶ କରିଛି । ଆଲୋଚନା ହୋଇଛି । ଆଶା କରିବି, କଂଗ୍ରେସର ବରିଷ୍ଠ ନେତାମାନେ ଜାଗ୍ରତ ହୁଅନ୍ତୁ । ସମୟ କମ୍‌, ସମୟ ଚାଲିଗଲେ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହେବ । ଦଳକୁ ଟ୍ରାକ୍‌କୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ୟ୍ୟନ୍ତ ଆରମ୍ଭ ହୋଇନି । ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ ହେବ । କଂଗ୍ରେସ ନେତା କଂଗ୍ରେସ ଭବନରେ ନ ବସି ଫିଲ୍ଡରେ ପରିଶ୍ରମ କରନ୍ତୁ ବୋଲି ମୋକିମ କହିଛନ୍ତି ।

    ସେପଟେ ମୋକିମଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଯାହା ଅନୁଭବ କରିଥିବେ ତାହା କହିଥିବେ । ପୂର୍ବରୁ ସଂଖ୍ୟା ହେଉଥିଲା ବୋଲି କେହି କହୁନଥିଲେ । ଏବେ ଦଳର ସଂଖ୍ୟା ହେଉନଥିବାରୁ ସେ କହୁଛନ୍ତି । ଧୀରେ ଚାଲୁଥିବା ଗାଡ଼ି ଯେ ଜୋରରେ ଚାଲିବନି ତା’ ନୁହେଁ । ୨୦୨୪ରେ କଂଗ୍ରେସ ସରକାର ଗଠନ କରିବା ଅସମ୍ଭବ ନୁହେଁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook