Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏପ୍ରିଲ୍‌ ୮ରେ ମୋକିମ୍‌ଙ୍କ ନୂଆ ଦଳ

    Share on :
    ajab-Image
    Date: Mar 9, 2026    Views: 2682

    କଟକ: ନୂଆ ଦଳ ଲଞ୍ଚ କରିବା ନେଇ ବଡ଼ ଘୋଷଣା କରିଛନ୍ତି ମହମ୍ମଦ ମୋକିମ୍‌ । ଏପ୍ରିଲ୍‌ ୮ରେ ନୂଆ ଦଳ ଲଞ୍ଚ୍‌ କରିବେ । ଏବଂ ଯାହାର ନାଁ ରହିବ ‘ଓଡ଼ିଶା ଜନତା କଂଗ୍ରେସ’। ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ନୂଆ ଦଳ ଲଞ୍ଚ ହେବ ବୋଲି ଘୋଷଣା କରିଛନ୍ତି ମହମ୍ମଦ ମୋକିମ୍‌ । ନୂଆ ଦଳ ଲଞ୍ଚ୍‌ କାର୍ୟ୍ୟକ୍ରମରେ ବିଭିନ୍ନ ରାଜନୈତିକ ପ୍ରତିନିଧି ଯୋଗଦେବେ। ଆସନ୍ତା ରାଜ୍ୟସଭା ନିର୍ବାଚନ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ବିଜେଡି ୨୫ ବର୍ଷ ଧରି କଂଗ୍ରେସକୁ ତଳି ତଳାନ୍ତ କରିଛି। ସେହି ଦଳ ସହ ହାତ ମିଳାଇବା ଅନହୋଲି ଆଲାଏନ୍ସ। ଏହା କଂଗ୍ରେସ ପାଇଁ କ୍ଷତି ପହଞ୍ଚାଇବ। ତାଙ୍କ ଦଳର ଅନେକ ବିଧାୟକ ଏନେଇ ଅସନ୍ତୁଷ୍ଟ ଅଛନ୍ତି। ନବୀନ ବାବୁଙ୍କ ସାହାରା ବନିଲା କଂଗ୍ରେସ।

    Maximum 500 characters

    ରାଜନୀତି View all

    Find Us on Facebook