Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆ ଆଞ୍ଚଳିକ ପାର୍ଟି ଚର୍ଚ୍ଚାରେ ପଡ଼ିବ ପୂର୍ଣ୍ଣଛେଦ

    Share on :
    ajab-Image
    Date: Jan 27, 2026    Views: 2688

    ଭୁବନେଶ୍ୱର : ନୂଆ ଆଞ୍ଚଳିକ ପାର୍ଟି ଚର୍ଚ୍ଚାରେ ପଡ଼ିବ ପୂର୍ଣ୍ଣଛେଦ । ଖୁବଶୀଘ୍ର ମହମ୍ମଦ ମୋକିମ୍ ନେବେ ବଡ଼ ନିଷ୍ପତ୍ତି । ସମର୍ଥକଙ୍କ ଆଲୋଚନା ପରେ ପାର୍ଟିର ନାଁ ଫାଇନାଲ୍ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ଶେଷ ହେବା ପରେ ବିଧିବଦ୍ଧ ନାଁ ଘୋଷଣା ହେବ ବୋଲି ମହମ୍ମଦ ମୋକିମ୍ ନିଜେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

    ତାଙ୍କ କହିବା ଅନୁଯାୟୀ, ସୋମବାର ସଂଧ୍ୟାରେ ଭୁବନେଶ୍ବରରେ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ ବସିଥିଲା । ଏଥିରେ ନୂଆ ଆଞ୍ଚଳିକ ପାର୍ଟିର ନାମ କ’ଣ ଦିଆଯିବ ତାକୁ ନେଇ ଆଲୋଚନା ହୋଇଥିଲା । ଏହାଛଡ଼ା ପାର୍ଟି ପାଞ୍ଜୀକରଣ ବାବଦରେ ମଧ୍ୟରେ ଚର୍ଚ୍ଚା ହୋଇଥିଲା । ମୋକିମ୍ କହିଛନ୍ତି, ନୂଆ ଆଞ୍ଚଳିକ ଦଳ ନାଁ ଫାଇନାଲ୍ ସରିଛି । କେବଳ ଔପଚାରିକତା ବାକି ରହିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ଶେଷ ପରେ ବିଧିବଦ୍ଧ ଘୋଷଣା ହେବ । ଦଳ ନାଁ ‘ଓଡ଼ିଶା ଜନତା କଂଗ୍ରେସ’ ରହିପାରେ ବୋଲି ମୋକିମ୍ ସମ୍ୟାକ୍ ସୂଚନା ଦେଇଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook