Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ : ଆଜି ମୋକିମଙ୍କ ଶକ୍ତି ପ୍ରଦର୍ଶନ

    Share on :
    ajab-Image
    Date: Jan 12, 2026    Views: 3139

    ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ ।  ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ ।  ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା । ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ ।  ମୋକିମଙ୍କ ରାଜନୈତିକ କ୍ୟାରିୟର ଆଜି ନୂଆ ମୋଡ ନେଇପାରେ ।  ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ ।  
    ଭୁବନେଶ୍ବରରେ ହେବାକୁ ଥିବା ସମାବେଶରେ ୧୦୦୦ରୁ ଅଧିକ ଜିଲ୍ଲାୱାରୀ ଯୁବ ନେତୃତ୍ବଙ୍କୁ ଏକାଠି କରି ରାଜନୈତିକ ଭବିଷ୍ୟତର ନକ୍ସା ଆଙ୍କିବାକୁ ଯୋଜନା କରିଛନ୍ତି ମୋକିମ୍ ।  ମୋକିମ ନୂଆଦଳ ଘୋଷଣା କଲେ ଏହି ଦଳରେ ସାମିଲ ହେବେ ୩ ପ୍ରମୁଖ ଦଳର ଅସନ୍ତୁଷ୍ଟ ଯୁବନେତା । ଆଞ୍ଚଳିକ ଦଳର ଆବଶ୍ୟକତାକୁ ନେଇ ଭିତିର ସର୍ଭେ ପରେ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ଅଧିକ ଫୋକସ କରିଛନ୍ତି ମୋକିମ ଦଳ ଛାଡିବା ପରେ କଟକ କଂଗ୍ରେସ ସଙ୍ଗଠନର ସିଂହଭାଗ କର୍ମୀ ଏବେ ମୋକିମଙ୍କ ସାଥିରେ ରହିଛନ୍ତି ।  ଆଜି  ୧୨ ତାରିଖର ସମାବେଶ ଉପରେ ରହିଛି ଅନେକଙ୍କ ନଜର ।  ତେବେ ସେ ଜଣେ ରାଜ୍ୟସ୍ତରୀୟ ନେତା ହୋଇନଥିବା ହେତୁ ନୂଆ ରାଜନୈତିକ ଦଳ କେତେ ସଫଳ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  ।   ଏଣେ ଏହି ନୂଆ ଦଳର ନାମ ଏଯାବତ୍ ଘୋଷଣା କରାଯାଇନଥିଲେ ବି ‘ଲୋକ କଂଗ୍ରେସ’ ରଖାଯିବ ବୋଲି ଚର୍ଚ୍ଚା ହେଉଛି । 

    Maximum 500 characters

    ରାଜନୀତି View all

    Find Us on Facebook