Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ: ମୋକିମ

    Share on :
    ajab-Image
    Date: Dec 31, 2025    Views: 2225

    କଟକ: କଟକରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଓ  କଂଗ୍ରେସରୁ ବହିଷ୍କୃତ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ହୋଡିଂକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ। ସେ କହିଛନ୍ତିି, ଏ ହୋଡିଂ ଆମେ ଲଗାଇନାହୁଁ। କେହି ସମର୍ଥକ ଲଗାଇଥାଇପାରନ୍ତି। ଏଥିରେ କିଛି ଅସୁବିଧା ନାହିଁ। ସୋଫିଆଙ୍କୁ ଦଳୀୟ ଚିହ୍ନର ଆବଶ୍ୟକତା ନାହିଁ। ସମର୍ଥକ ଆମକୁ ଅଲଗା କରିନାହାନ୍ତି।
    ମହମ୍ମଦ ମୋକିମ ଆହୁର କହିଛନ୍ତି, ବିଜେଡିର ଅସନ୍ତୁଷ୍ଟମାନେ ମୋ ସହ ଯୋଗାଯୋଗରେ ଅଛନ୍ତି। ବିଜେଡିରେ ତୀବ୍ର କନ୍ଦଳ ଚାଲିଛି। ମାର୍ଚ୍ଚରେ ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି କନ୍ଦଳ ଆହୁରି ତୀବ୍ର ହେବ। ଏହା ଉପରେ ଆମେ ନଜର ରଖିଛୁ। କଂଗ୍ରେସରେ ବି ବହୁ ନେତା ଅବହେଳାର ଶିକାର ହୋଇଛନ୍ତି। ସେମାନେ ଆମ ସହ ଯୋଗାଯୋଗରେ ଅଛନ୍ତି। ଏପିରକି  ନୂଆ ବର୍ଷରେ କିଛି ନୂଆ ଘଟିବ ବୋଲି ମୁଁ ଆଶା ରଖିଛି।
    ନୂଆବର୍ଷ ପୂର୍ବରୁ ରାଜନୀତିରେ ନୂଆମୋଡ଼। ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ହୋର୍ଡିଂରେ ନାହିଁ ହାତ ଚିହ୍ନ । ଏପରିକି ସୋଫିଆଙ୍କ ହୋର୍ଡିଂ, ପୋଷ୍ଟରରେ ଦଳୀୟ ଚିହ୍ନ ନାହିଁ କି କଂଗ୍ରେସ ନେତୃତ୍ୱର ଫଟୋ ବି ନାହିଁ। ପୋଷ୍ଟରରେ ରହିଛି ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ବର୍ତ୍ତମାନର ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଫଟୋ ରହିଛି। କଟକର ବିଭିନ୍ନ ସ୍ଥାନରେ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ନୂଆବର୍ଷ ଅଭିନନ୍ଦନ ପୋଷ୍ଟର ଦେଖିବାକୁ ମିଳିଛି । ସୋଫିଆଙ୍କ ହୋର୍ଡିଂ ସହ କଂଗ୍ରେସରୁ ବହିଷ୍କୃତ ନେତା ମହମ୍ମଦ ମୋକିମଙ୍କ ନୂଆବର୍ଷରେ ନୂଆ ଆଞ୍ଚଳିକ ଦଳ ଗଠନ ଚର୍ଚ୍ଚାକୁ ଯୋଡ଼ି ଦେଖାଯାଉଛି ।

    Maximum 500 characters

    ରାଜନୀତି View all

    Find Us on Facebook