Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୋଜତାବା ଖାମେନେଇ ଇରାନର ନୂଆ 'ସୁପ୍ରିମ ଲିଡର'

    Share on :
    ajab-Image
    Date: Mar 9, 2026    Views: 2717

     ଇରାନ: ଇରାନର ରାଜନୈତିକ ଇତିହାସରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦେଶର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ମୋଜତାବା ଖାମେନେଇଙ୍କୁ ଇରାନର ନୂତନ ସୁପ୍ରିମ ଲିଡର ଭାବେ ନିଯୁକ୍ତ କରାଯାଇଛି । ରବିବାର ବିଳମ୍ବିତ ରାତିରେ ଇରାନର 'ଆସେମ୍ବଲି ଅଫ୍ ଏକ୍ସପର୍ଟସ' ପକ୍ଷରୁ ଏହି ଆନୁଷ୍ଠାନିକ ଘୋଷଣା କରାଯାଇଛି । ଆମେରିକା ଓ ଇସ୍ରାଏଲର ମିଳିତ ଏୟାର ଷ୍ଟ୍ରାଇକରେ ଅଲି ଖାମେନେଇଙ୍କ ମୃତ୍ୟୁ ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡ଼ିଥିଲା ।

    ୫୬ ବର୍ଷୀୟ ମୋଜତାବା ୧୯୬୯ ମସିହାରେ ପବିତ୍ର ସହର ମସାଦରେ ଜନ୍ମଗ୍ରହଣ କରିଥିଲେ । ସେ ଇରାନ-ଇରାକ ଯୁଦ୍ଧରେ ସେନା ଭାବେ କାର୍ୟ୍ୟ କରିଥିବା ବେଳେ କୋମର ଶିଆ ସେମିନାରୀରୁ ଧାର୍ମିକ ଶିକ୍ଷା ଗ୍ରହଣ କରିଛନ୍ତି । ଯଦିଓ ସେ ପୂର୍ବରୁ କୌଣସି ସରକାରୀ ପଦବୀରେ ନଥିଲେ, ତଥାପି ଇରାନର ଶକ୍ତିଶାଳୀ ସେନା 'ରିଭୋଲ୍ୟୁସନାରୀ ଗାର୍ଡସ' (IRGC) ସହ ତାଙ୍କର ଅତି ଘନିଷ୍ଠ ସମ୍ପର୍କ ରହିଛି । ସେଥିପାଇଁ ତାଙ୍କୁ ସୁପ୍ରିମ ଲିଡର କରିବା ପଛରେ ସେନାର ଏକ ବଡ଼ ହାତ ଥିବା ଚର୍ଚ୍ଚା ହେଉଛି । ୨୦୧୯ ମସିହାରେ ଆମେରିକା ଟ୍ରେଜେରୀ ବିଭାଗ ତାଙ୍କ ଉପରେ କଟକଣା ଲଗାଇଥିଲା । ଇରାନରେ ହୋଇଥିବା ବିଭିନ୍ନ ବିରୋଧ ପ୍ରଦର୍ଶନ ସମୟରେ ତାଙ୍କ ଭୂମିକାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠିଛି ।

    ମୋଜତାବାଙ୍କ ନିଯୁକ୍ତିକୁ ନେଇ ପଶ୍ଚିମା ଦେଶଗୁଡ଼ିକ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନିଯୁକ୍ତିକୁ ଅସ୍ୱୀକାର କରି କହିଛନ୍ତି ଯେ, "ଯଦି ଆମର ଅନୁମୋଦନ ନମିଳେ, ତେବେ ସେ ବେଶୀ ଦିନ ତିଷ୍ଠି ପାରିବେ ନାହିଁ ।" ଇରାନର ନୂଆ ନେତାଙ୍କୁ ଟାର୍ଗେଟ୍ କରାଯିବ ବୋଲି ଇସ୍ରାଏଲ ପୂର୍ବରୁ ଚେତାବନୀ ଦେଇସାରିଛି । ଇରାନର ବିଚାରଧାରାରେ ବଂଶାନୁକ୍ରମିକ ଶାସନ ପାଇଁ ସ୍ଥାନ ନାହିଁ । କିନ୍ତୁ, ଆସେମ୍ବଲି ଅଫ୍ ଏକ୍ସପର୍ଟସର ସଦସ୍ୟଙ୍କ କହିବା ଅନୁଯାୟୀ, ଅଲ୍ଲି ଖାମେନେଇଙ୍କ ମାର୍ଗଦର୍ଶନ ଏବଂ ଭାରି ସଂଖ୍ୟକ ଭୋଟ୍ ଆଧାରରେ ମୋଜତାବାଙ୍କୁ ମନୋନୀତ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook