Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିମାନ ଭିତରେ ମହୁଆ ମୋଇତ୍ରଙ୍କୁ ମାନସିକ ନିର୍ଯାତନା

    Share on :
    ajab-Image
    Date: May 8, 2026    Views: 2507

    ନୂଆଦିଲ୍ଲୀ : ଦିଲ୍ଲୀ ଯିବା ସମୟରେ ବିମାନ ଭିତରେ ମହୁଆ ମୋଇତ୍ରଙ୍କୁ ମାନସିକ ନିର୍ଯାତନା। ବିମାନ ଭିତରେ କିଛି ଯାତ୍ରୀ ତାଙ୍କ ଆଡକୁ ଇଙ୍ଗିତ କରି ଟିଏମ୍ସି ଚୋର ଓ ଜୟ ଶ୍ରୀରାମ ନାରା ଲଗାଇଥିବା ଅଭିଯୋଗ ଆଣିଛନ୍ତି ଟିଏମ୍ସି ସାଂସଦ। ମହୁଆ କହିଛନ୍ତି ଯେ, କିଛି ଲୋକ ସେମାନଙ୍କ ମୋବାଇଲ ଫୋନ୍ ରେ ତାଙ୍କର ଭିଡିଓ ରେକର୍ଡିଂ କରିଥିଲେ । ଟିଏମ୍ସି ସାଂସଦ ନିଜ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି।
    ମହୁଆ ଲେଖିଛନ୍ତି ଯେ, ସେ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି କୋଲକାତାରୁ ଇଣ୍ଡିଗୋ ବିମାନ ୬ଇ-୭୧୯ରେ ଦିଲ୍ଲୀ ଯାଉଥିଲେ। ଦିଲ୍ଲୀରେ ପ୍ରତିରକ୍ଷା ସହ ଜଡିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେବାର ଥିଲା । ସିଟ୍ ସଂଖ୍ୟା ୧ଏଫରେ ବସିଥିଲେ । ଏହି ସମୟରେ ୬ ଜଣ ବ୍ୟକ୍ତି ତାଙ୍କ ସିଟ୍ ଅତିକ୍ରମ କରି ପଛକୁ ଯିବା ବେଳେ ତାଙ୍କୁ ଇଙ୍ଗିତ କରି ବିଭିନ୍ନ ସ୍ଳୋଗାନ ଦେଇଥିଲେ । ଏହା ପରେ ବିମାନ ଦିଲ୍ଲୀରେ ଲ୍ୟାଣ୍ଡିଂ କରିବା ପରେ ସେମାନେ ପଛରେ ବସି ନାରାବାଜି କରିବା ସହ ତାଙ୍କର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ସେମାନେ ଚୋର, ଚୋର, ଟିଏମ୍ସି ଚୋର, ପିଉସି ଚୋର, ପୁତୁରା ଚୋର ବୋଲି ବଡ ପାଟିରେ ବିମାନ ଭିତରେ ନାରାବାଜି କରିଥିଲେ । ସେମାନେ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ତାଙ୍କୁ ଦେଖାଇ ଏଭଳି ସ୍ଳୋଗାନ ଦେଇଥିଲେ ।

    ମହୁଆ ଦର୍ଶାଇଛନ୍ତି ଯେ ଏଭଳି ଘଟଣା ବିମାନ ଭିତରେ ଉତ୍ପୀଡନ ବ୍ୟତୀତ ଅନ୍ୟ କିଛି ନୁହେଁ । ଏଥିସହ ଏହା ବିମାନର ନିରାପତ୍ତା ସହ ସାଲିସ୍ । ଏଭଳି ଘଟଣା କୌଣସି ନାଗରିକଙ୍କ କ୍ଷୋଭ ନୁହେଁ, ବରଂ ଏହା ଉତ୍ପୀଡନ ଓ ବିମାନ ଭିତରେ ତାଙ୍କ ସୁରକ୍ଷାର ଉଲ୍ଲଂଘନ । ବିମାନ ଭିତରେ ଏଭଳି ଘଟଣା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସେ ଇଣ୍ଡିଗୋ ଏୟାରଲାଇନ୍ସକୁ ଏହାର ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ଯାତ୍ରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନୋ- ଫ୍ଲାଏ ତାଲିକାରେ ସାମିଲ କରିବାକୁ ଦାବି କରିଛନ୍ତି । ଏଥିସହ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook