Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡ଼ି ସରକାର ଆଦିବାସୀ ବିରୋଧୀ : ମୋହନ ମାଝୀ

    Share on :
    ajab-Image
    Date: Nov 22, 2023    Views: 3729

    ଭୁବନେଶ୍ୱର: ଆଦିବାସୀଙ୍କ ଜମିକୁ ନେଇ ହୋଇଥିବା କ୍ୟାବିନେଟ ନିଷ୍ପତ୍ତି ଓ ପରେ ଏହାକୁ ସ୍ଥଗିତ ପ୍ରସଙ୍ଗରେ ଗୃହରେ ଆଜି ହୋହଲ୍ଲା କରିଛନ୍ତି ବିରୋଧୀ । ଯାହାଫଳରେ ଗୃହକୁ ଅପରାହ୍ନ ୧୨ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି । ଗୃହର ସମସ୍ତ କାର୍ୟ୍ୟକୁ ବନ୍ଦ କରି ଏହି ପ୍ରସଙ୍ଗକୁ ସ୍ୱତନ୍ତ୍ର ଭାବେ ଆଲୋଚନା କରିବାକୁ ବିଜେପି ପ୍ରସ୍ତାବ ଦେଇଥିଲା । କିନ୍ତୁ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

    ମୋହନ ମାଝୀ କହିଛନ୍ତି, ଆଦିବାସୀଙ୍କ ଜମି ଅଣ ଆଦିବାସୀ କିଣିବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତିକୁ ବିଜେପି ବିରୋଧ କରୁଛି । ଏହା ଉପରେ ସରକାର ସ୍ଥଗିତାଦେଶ ଜାରି କରିଛନ୍ତି । କିନ୍ତୁ ଏହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପାଇଁ ବିଜେପି ଦାବି କରୁଛି । କିଛି ଦିନ ପାଇଁ ସ୍ଥଗିତ କରି ସରକାର ପୁଣି ଲାଗୁ କରିବେ ବୋଲି ଆଶଙ୍କା କରିଛି ବିଜେପି । ଏଥିରେ ରାଜ୍ୟ ସରକାରଙ୍କର ବଡ ଚକ୍ରାନ୍ତ ଏବଂ ଷଡ଼ଯନ୍ତ୍ର ଅଛି । ବିଜେଡ଼ି ସରକାର ଆଦିବାସୀ ବିରୋଧୀ ବୋଲି ଅଭିଯୋଗ କରିଛି ବିଜେପି । ଆଦିବାସୀଙ୍କ ଅଭିଶାପରେ ବିଜେଡ଼ି ସରକାର ଜଳି ପୋଡ଼ି ଛାରଖାର ହୋଇଯିବେ ।
    ଆର୍ଟିକିଲ ୨୪୪(୧) ଅନୁସାରେ ଆଦିବାସୀଙ୍କ ଜମି ଅଣ ଆଦିବାସୀ ମାନଙ୍କୁ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ ରାଜ୍ୟ ସରକାର ଏହାକୁ ଉଲଂଘନ କରି ଆଦିବାସୀ ବିରୋଧୀ ହୋଇଯାଇଛନ୍ତି । ଆଦିବାସୀଙ୍କ ଜମି ସୁରକ୍ଷିତ ନାହିଁ । ଶିଳ୍ପ ଏବଂ ଖଣି ଉତ୍ତୋଳନ ନାଁରେ ଆଦିବାସୀଙ୍କ ଜମିକୁ ହଡ଼ପ କରି ନିଆଯାଉଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ବିଚାର ନକଲେ ଆଗାମୀ ଦିନରେ ଆଦିବାସୀ ମନେ ଭୂମିହୀନ ଓ କାଙ୍ଗାଳ ହୋଇଯିବେ । ସେମାନଙ୍କ ଜୀବନ ଜୀବିକା ଠପ୍ ହୋଇଯିବ ବୋଲି କହିଛନ୍ତି ମୋହନ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook