Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋହନଙ୍କ କଟାକ୍ଷ :ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି

    Share on :
    ajab-Image
    Date: Aug 31, 2022    Views: 4403

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ । ଉଲ୍ଲେଖନୀୟ ନେତୃତ୍ବ ପାଇଁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସେପଟେ ଏହାକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ବୋଲି ବିଜେପି ବିଧାୟକ ମୋହନ ମାଝୀ କଟାକ୍ଷ କରିଛନ୍ତି ।
    ମୋହନ କହିଛନ୍ତି, "ପୁରସ୍କାର ହାତେଇବାରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ । ବିଜ୍ଞାପନ ଦେଲେ ନମ୍ବର ୧ ପୁରସ୍କାର ମିଳୁଛି । ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାର ନମ୍ବର ୧ ହେବା ପାଇଁ ସେହିପରି କରୁଛନ୍ତି । ରାଜ୍ୟର ବାସ୍ତବ ଚିତ୍ର ଗୋଟେ, ଦେଖାଯାଉଛି ଗୋଟେ । ମୁଖ୍ୟମନ୍ତ୍ରୀ ୧ ନମ୍ବର ହୁଅନ୍ତୁ, ଓଡ଼ିଶା କେତେ ନମ୍ବର ତାହା କୁହନ୍ତୁ । ମୁଖ୍ୟମନ୍ତ୍ରୀ ଆଗ ଆଡୁ ନମ୍ବର ୧ । ଓଡ଼ିଶା ଶେଷ ଆଡୁ ନମ୍ବର ୧ । ଏହା ଅର୍ଥ କିଛି ନାହିଁ ।"ପ୍ରକୃତ ମୂଲ୍ୟାୟନ ହେଲେ ଗରିବୀ, ଆଇନ ଶୃଙ୍ଖଳା, ପ୍ରାକୃତିକ ବିପର୍ୟ୍ୟୟ ପରିଚଳନାରେ ସମ୍ପୂର୍ଣ୍ଣ ଫେଲ ହୋଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ । ନମ୍ବର ୧ ହେବା ପାଇଁ ରାଜ୍ୟ ସରକାର ସେଟିଂ କରୁଛନ୍ତି । ବାସ୍ତବତାକୁ ଦେଖାଯାଉ ନାହିଁ । ଓଡ଼ିଶା ସଠିକ ଆକଳନ ହେଲେ, ସବୁ କଥା ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ସେ କହିଛନ୍ତି ।

    ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ନିରବଚ୍ଛିନ୍ନ ସେବା ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଏହିପରି ସମ୍ମାନ ମିଳୁଛି । ସେଥିପାଇଁ ସମସ୍ତେ ଗୌରବାନ୍ବିତ ହେବା କଥା । ସବୁ କଥାକୁ ବିରୋଧୀ ପ୍ରାୟୋଜିତ କହୁଛନ୍ତି । ବନ୍ୟା, ବାତ୍ୟା ଯାହା ପାଇଁ ପ୍ରାୟୋଜିତ, ସେ ଏହାକୁ ସେମିତି ଗ୍ରହଣ କରିବେ । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର, ତାଙ୍କ କର୍ମର ଫଳ । ୫ ଥର ସରକାରରେ ରହିବା ପରେ ବି ଲୋକଙ୍କର ବିଶ୍ବାସ ରହିବା ବଡ଼ କଥା । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook