Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସରକାରୀ କଳର ଦାୟିତ୍ୱ ହୀନତା ଯୋଗୁଁ କାଶୀପୁରରେ ହଇଜା ବ୍ୟାପିଛି:ମୋହନ ମାଝୀ

    Share on :
    ajab-Image
    Date: Jul 25, 2022    Views: 4431

    ରାୟଗଡା: କାଶୀପୁରରେ କଲବଲ କରୁଛି ହଇଜା ଆତଙ୍କ । ସ୍ଥିତି ଅନୁଧ୍ୟାନ କଲା ରାଜ୍ୟ ବିଜେପିର ଏକ ଟିମ୍ । ଅନୁଧ୍ୟାନ ପରେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇବା ନେଇ ମତ ରଖିଲେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ । କାଶୀପୁର ବ୍ଲକରେ ହଇଜା ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି, ସରକାର ଓ ସରକାରୀ କଳର ଦାୟିତ୍ୱ ହୀନତା ଯୋଗୁଁ ଏହିଭଳି ରୋଗ ବ୍ୟାପିଥିବା ସେ ଅଭିଯୋଗ କରିଛନ୍ତି ।
    ବିକାଶର କଥା କହୁଥିବା ରାଜ୍ୟ ସରକାର କାଶୀପୁରବାସୀଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଣରେ ଫେଲ ମାରିଥିବା ବେଳେ ଏହାର ଫଳ ଭୋଗୁଛନ୍ତି ନୀରିହ ଜନତା । ସେହିଭଳି ଆବଶ୍ୟକ ଡାକ୍ତର ମଧ୍ୟ ଏଠି ନାହାନ୍ତି, ହଇଜା ବ୍ୟାପିବାର ୧୫ ଦିନ ପରେ ରାଜ୍ୟର ମନ୍ତ୍ରୀ କ୍ଷେତ୍ରକୁ ଆସୁଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କଟାକ୍ଷ କରିଥିଲେ । ଗତ ୨୦ ବର୍ଷ ହେବ ଲଗାତାର ଏହି ଅଞ୍ଚଳରେ ହଇଜା ବ୍ୟାପୁ ଥିଲେ ମଧ୍ୟ ସରକାରଙ୍କ ଉଦାସୀନତା କରାଣରୁ ହଇଜା ବାରମ୍ବାର ବ୍ୟାପୁଥିବା କହିଛନ୍ତି ମୋହନ ମାଝୀ ।  ମୋହନ ମାଝୀଙ୍କ ନେତୃତ୍ୱରେ ବିଧାୟକ ନାଉରୀ ନାୟକ ଓ ବିଧାୟକ କେ.ନାରାୟଣ ରାଓ ସମେତ ଅନ୍ୟାନ୍ୟ କର୍ମୀ ଟିକିରି, ଦୁଡୁକାବାହାଲ, ପଞ୍ଚାଳି ଗ୍ରାମରେ ହଇଜାର ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ଭେଟିଥିଲେ ଏବଂ ସେଠାରେ ଲୋକେ ବ୍ୟବହାର କରୁଥିବା ଜଳଉତ୍ସ ବୁଲି ଦେଖିଥିଲେ । ଏଥିସହ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ଆକ୍ରାନ୍ତଙ୍କୁ ଭେଟିବା ସହ ବର୍ତ୍ତମାନ ସ୍ଥିତି କଣ ରହିଛି ତାହା ମେଡିକାଲ ଅଫିସରଙ୍କୁ ପଚାରି ବୁଝିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook