Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୁଣି ୧୦ ହଜାର ଟଙ୍କାର ତଣ୍ଡ ଗଣିବେ ମହମ୍ମଦ ମୋକିମ୍

    Share on :
    ajab-Image
    Date: Nov 14, 2023    Views: 3855

    କଟକ :  ୧୦ ହଜାର ଟଙ୍କାର ତଣ୍ଡ ଦେବେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ସମୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମୋକିମ୍ ୨୦୧୯ ନିର୍ବାଚନରେ ଅନିୟମିତତା କରିଥିବା ନେଇ ଅଭିଯୋଗ କରି ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବିଜେଡି ପ୍ରାର୍ଥୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ।

    ସେହି କ୍ରମରେ ଗତକାଲି ମହମ୍ମଦ ମୋକିମଙ୍କ ପକ୍ଷରୁ ତାଙ୍କ ଓକିଲ ଯୁକ୍ତି ଉପସ୍ଥାପନା କରିବା ପାଇଁ ଧାର୍ୟ୍ୟ ହୋଇଥିଲା । ହେଲେ ସ୍ୱାସ୍ଥ୍ୟଗତ ସମସ୍ୟାରୁ ୧୫ଦିନ ସମୟ ମାଗିବାରୁ କୋର୍ଟ ମୋକିମଙ୍କ ଉପରେ ଏହି ଫାଇନ ଲଗାଇଛନ୍ତି । କୋର୍ଟ ତାଙ୍କୁ ୭ଦିନ ସମୟ ଦେବା ସହ ଆସନ୍ତା ୨୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ୟ୍ୟ କରିଛନ୍ତି ଜ୍ଝ ପୂର୍ବରୁ ମଧ୍ୟ ମହମ୍ମଦ ମୋକିମକୁ ଦୁଇ ଦୁଇଥର ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି ହାଇକୋର୍ଟ ।

    Maximum 500 characters

    ରାଜନୀତି View all

    Find Us on Facebook