Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଆନୁଷ୍ଠାନିକ ବୈଠକ

    Share on :
    ajab-Image
    Date: Jun 17, 2026    Views: 2579

    ପ୍ୟାରିସ : ଫ୍ରାନ୍ସର ଏଭିଆନ୍‌ଠାରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି। ଗତ ୧୬ ମାସ ମଧ୍ୟରେ ଉଭୟ ନେତାଙ୍କ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ ସାକ୍ଷାତ। ସାକ୍ଷାତ ସମୟରେ ଦୁଇ ନେତା କରମର୍ଦ୍ଦନ କରିଥିଲେ। ଜି-୭ ସମ୍ମିଳନୀର ଦ୍ବିତୀୟ ଦିନରେ ବିଶ୍ୱ ନେତାମାନଙ୍କ ପାରମ୍ପରିକ ଗ୍ରୁପ୍ ଫଟୋ ଉଠାଯିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ଉଭୟ ହସହସ ମୁହଁରେ କରମର୍ଦ୍ଦନ କରିବା ସହ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାନ୍ଧ ଥାପୁଡ଼ାଇଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତକାର ପରେ ଜି-୭ ଆଉଟ୍‌ରିଚ୍ ଅଧିବେଶନ ସମୟରେ ମୋଦୀ ଏବଂ ଟ୍ରମ୍ପ ପରସ୍ପରର ପାଖାପାଖି ଚୌକିରେ ବସିଥିବା ଦେଖାଯାଇଥିଲା। ଗତ ବର୍ଷ ଫେବୃଆରୀରେ ୱାଶିଂଟନ ଡିସି ବୈଠକ ପରେ ଉଭୟଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ। ନିକଟରେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଶୁଳ୍କ ଏବଂ ଓମାନ ସମୁଦ୍ରରେ ଆମେରିକା ନୌସେନାର ଆକ୍ରମଣରେ ଭାରତୀୟ ନାବିକଙ୍କ ମୃତ୍ୟୁକୁ ନେଇ କିଛିଟା ତିକ୍ତତା ଦେଖାଦେଇଥିବାରୁ ଏହି ସାକ୍ଷାତକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ହ୍ୱାଇଟ୍ ହାଉସର ସୂଚନା ଅନୁଯାୟୀ, ବୁଧବାର (୧୭ ଜୁନ୍) ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୈଠକ ହେବ। ଏହି ବୈଠକରେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଭିସା, ଶକ୍ତି ସହଯୋଗ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମରଙ୍କ ସହ ମଧ୍ୟ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଏହି ପ୍ଲାଟଫର୍ମରେ ବିଶେଷ କରି ‘ଗ୍ଲୋବାଲ ସାଉଥ୍’ (ବିକାଶଶୀଳ ଦେଶଗୁଡ଼ିକ)ର ସ୍ୱର ଏବଂ ଆଶା ଆକାଂକ୍ଷାକୁ ଉପସ୍ଥାପନ କରିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook