Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    'ଷ୍ଟାଚ୍ୟୁ ଅଫ୍ ୟୁନିଟି'ରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

    Share on :
    ajab-Image
    Date: Oct 31, 2026    Views: 2214

    ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 151 ତମ ଜନ୍ମ ଦିବସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି । ଆଜି ସକାଳେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ୍ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ନୂଆଦିଲ୍ଲୀସ୍ଥିତ ସର୍ଦ୍ଦାର ପଟେଲ ଛକରେ ଭାରତର 'ଲୌହ ପୁରୁଷ'ଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତ ପାଇଁ ତାଙ୍କର ତ୍ୟାଗ ଓ ନିଷ୍ଠାକୁ ମନେ ପକାଇଛନ୍ତି । X ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ହୃଦୟର ସହ ପ୍ରଣାମ । ସେ ଥିଲେ 'ଅଖଣ୍ଡ ଭାରତ'ର ନିର୍ମାତା ଏବଂ ଦେଶର 'ଲୌହ ପୁରୁଷ' । ସେ ଏକ ଶକ୍ତିଶାଳୀ, ସମୃଦ୍ଧ ଏବଂ ସକ୍ଷମ ଭାରତ ଗଠନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଭାରତ ମାତାର ସେବାରେ ତାଙ୍କର ତ୍ୟାଗ ଓ ସମର୍ପଣ, ଏକ ବିକଶିତ ତଥା ଆତ୍ମନିର୍ଭରଶୀଳ ଭାରତ ଗଢ଼ିବା ପାଇଁ ଆମ ପାଇଁ ପ୍ରେରଣାର ଏକ ବଡ଼ ଉତ୍ସ ହୋଇ ରହିଛି ।"
    ଏହି ଅବସରରେ ବିଭିନ୍ନ ରାଜ୍ୟରେ 'ରନ୍ ଫର୍ ୟୁନିଟି' (ଏକତା ପାଇଁ ଦୌଡ଼) କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ଗୁଜୁରାଟର କେଭାଡିଆ ସ୍ଥିତ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' (ଏକତା ପ୍ରତିମୂର୍ତ୍ତି)ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । 'ରାଷ୍ଟ୍ରୀୟ ଏକତା ଦିବସ' ଭାରତରେ ରାଜନୈତିକ ଓ ଜାତୀୟତା କ୍ଷେତ୍ରରେ ଏକତା ଆଣିବାରେ ପଟେଲଙ୍କ ଭୂମିକାକୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook