Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି ମୋଦି

    Share on :
    ajab-Image
    Date: Oct 7, 2026    Views: 2951

    ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମୁଖ୍ୟ ଭାବେ ୨୫ ବର୍ଷ ପୂରଣ କରିଛନ୍ତି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ପ୍ରଥମଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ଦୀର୍ଘ ରାଜନୈତିକ ଯାତ୍ରା ପରେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ବୁଧବାର ଏହି ଅବସରରେ ଦିଲ୍ଲୀରେ ଜନସାଧାରଣଙ୍କୁ ସମ୍ବୋଧିତ କରି ନିଜ ରାଜନୈତିକ ଯାତ୍ରାକୁ ନେଇ ଭାବବିହ୍ବଳ ହୋଇଥିଲେ ମୋଦି।

    ମୋଦି କହିଛନ୍ତି, ୨୦୦୧ ଅକ୍ଟୋବର ୭ରେ ଯେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲି, ସେତେବେଳେ କେବେ ଭାବି ନ ଥିଲି ଯେ ଦିନେ ଏଭଳି ଏକ ପର୍ଯ୍ୟାୟ ଆସିବ। ଏହି ଉପଲବ୍ଧି ପାଇଁ ଭାରତୀୟ ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ମୁଁ କୃତଜ୍ଞ। ଏହା ମୋ ପାଇଁ ଜନତାଙ୍କ ଆଶୀର୍ବାଦର ଫଳ। ଏଥିପାଇଁ ଭାରତୀୟ ଜନତା ପାର୍ଟି, ଏନ୍ଡିଏ ଏବଂ ମୋ ଉପରେ ବିଶ୍ୱାସ ରଖିଥିବା ସମସ୍ତ ରାଜନୈତିକ ଦଳ ଓ ଦେଶବାସୀଙ୍କୁ କୃତଜ୍ଞତା ଜଣାଉଛି। ନିର୍ବାଚନ ପରେ ଜନତା ତାଙ୍କୁ ବିଧାନସଭା ଓ ଲୋକସଭାରେ ନିଜ ସେବା ପାଇଁ ବାଛିଛନ୍ତି। ଆଜି ସେ ଯେଉଁ ସ୍ଥାନରେ ଓ ଯେଉଁ ଦାୟିତ୍ୱରେ ଅଛନ୍ତି, ସେଥିପାଇଁ ଜନତାଙ୍କର ସବୁଠାରୁ ବଡ଼ ଅବଦାନ ରହିଛି। ମୋ ପାଇଁ ଜନତା ଜନାର୍ଦ୍ଦନ ହିଁ ଭଗବାନ। ଦେଶ ମୋତେ ବହୁତ କିଛି ଦେଇଛି, ତେଣୁ ଦେଶ ପାଇଁ ମୋର ଦାୟିତ୍ୱ ମଧ୍ୟ ବହୁତ ବଡ଼। ମୋ ଉପରେ ସବୁଠାରୁ ବଡ଼ ଅଧିକାର ଜନତାଙ୍କର।

    ନିଜ ରାଜନୈତିକ ଯାତ୍ରାର ଅନୁଭୂତି ବଖାଣି ମୋଦି କହିଛନ୍ତି, ନିର୍ବାଚନ ତାଙ୍କୁ ଶିଖାଇଛି ସାଧନ ଓ ସମ୍ବଳ କମ ହୋଇପାରେ, କିନ୍ତୁ ମଣିଷର ସାହସ ଓ ସ୍ବପ୍ନ ବଡ଼ ହେବା ଆବଶ୍ୟକ। ବୁଦ୍ଧଙ୍କଠାରୁ ସ୍ବାମୀ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ଯେଉଁ ରାଷ୍ଟ୍ର ମହାନ ଚିନ୍ତାଧାରାର ପରମ୍ପରା ବହନ କରିଆସିଛି, ସେହି ଦେଶର ସେବା କରିବା ସମୟରେ ମୋତେ କେବେ ଏକାକୀ ଅନୁଭବ ହୋଇନାହିଁ। ସ୍ବୟଂସେବକ ଓ କାର୍ଯ୍ୟକର୍ତ୍ତାଙ୍କ ଭରପୂର ସହଯୋଗ ମିଳିଛି। ଆମେ ମାନବତାର ସେବକ। ସେବା ହିଁ ଆମର ଧର୍ମ। ଦୀନଦୁଃଖୀଙ୍କ ସେବା କରିବା ଆମର ନିଶ୍ଚିତ କର୍ତ୍ତବ୍ୟ। ଆଜିର ଦିନ କେବଳ ପୁରୁଣା ସ୍ମୃତିକୁ ମନେ ପକାଇବାର ଦିନ ନୁହେଁ, ବରଂ ନୂଆ ସଂକଳ୍ପକୁ ଅଧିକ ଶକ୍ତି ଦେବାର ଦିନ।

    ଲାଲକିଲ୍ଲାରୁ ଦେଇଥିବା ‘ସବକା ପ୍ରୟାସ’ ଆହ୍ବାନକୁ ମନେ ପକାଇ ମୋଦି କହିଛନ୍ତି ଯେ, ଭାରତକୁ ନୂଆ ଉଚ୍ଚତାକୁ ନେବା ପାଇଁ ଦେଶବାସୀଙ୍କ ମନରେ ଦୃଢ଼ ସଂକଳ୍ପ ରହିବା ଆବଶ୍ୟକ। ଆମେ କରି ଦେଖାଇବୁ। ବିକଶିତ ଭାରତ-୨୦୪୭, ଆମେ କରି ଦେଖାଇବୁ। ଏହି ସଂକଳ୍ପ ସହ ଦେଶକୁ ଆଗକୁ ନେବା ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ସେ ଆହ୍ବାନ ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook