Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍କାଏରୁଟ୍ ଏରୋସ୍ପେସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Jul 18, 2026    Views: 2310

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘରୋଇ ଭାବରେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ-୧ର ପୃଥିବୀ କକ୍ଷପଥକୁ ପ୍ରଥମ ଉତକ୍ଷେପଣ ପୂର୍ବରୁ ଏହାର ନିର୍ମାତା ସ୍କାଏରୁଟ୍ ଏରୋସ୍ପେସକୁ ଶୁଭକାମନା ଜଣାଇଛନ୍ତି । ସେ ଏହାକୁ ଦେଶର ମହାକାଶ ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ବିକ୍ରମ-୧ର ଉତକ୍ଷେପଣ ଭାରତର ମହାକାଶ ମହତ୍ତ୍ୱାକାଂକ୍ଷା ପାଇଁ ଏକ ନୂତନ ମାର୍ଗ ଖୋଲିବ । ଏହା ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଦେଶର ବର୍ଦ୍ଧିତ କ୍ଷମତାକୁ ପ୍ରତିଫଳିତ କରୁଛି ।
    ପ୍ରଧାନମନ୍ତ୍ରୀ ସବୁ ନାଗରିକ, ବିଶେଷକରି ଯୁବପିଢ଼ିଙ୍କୁ ଏହି ଐତିହାସିକ ମିଶନର ସାକ୍ଷୀ ହେବାକୁ ଅନୁରୋଧ କରିଛନ୍ତି ।
    ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
    ଭାରତର ମହାକାଶ ଯାତ୍ରା ପାଇଁ ଏକ ଐତିହାସିକ ନୂତନ ମାର୍ଗ !

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook