Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭିଏତନାମ ବୋଟ୍ ଦୁର୍ଘଟଣାରେ ମୋଦିଙ୍କ ଶୋକ ପ୍ରକାଶ

    Share on :
    ajab-Image
    Date: Jul 12, 2026    Views: 2575

    ନୂଆଦିଲ୍ଲୀ - ଭିଏନତାମରେ ବୋଟ୍ ଦୁର୍ଘଟଣାରେ ଭାରତୀୟ ନାଗରିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ କହିଲେ- ଭାରତୀୟ ଦୂତାବାସ ସମସ୍ତ ସମ୍ଭାବ୍ୟ ସାହାଯ୍ୟ କରୁଛି। ଭିଏତନାମ ମିଡିଆ ରିପୋର୍ଟ ମୁତାବିକ, ଶନିବାର ହୋଇଥିବା ଏକି ଘଟଣାରେ ୧୫ ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ପିଏମ୍ ମୋଦି ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି , ଭିଏତନାମର ଫୁ କ୍ୱିକ ନିକଟରେ ଭାରତୀୟ ନାଗରିକଙ୍କ ବୋଟ୍ ଦୁର୍ଘଟଣାର ଦୁଃଖଦ ଖବର ବିଷୟରେ ଜାଣି ଖୁବ୍ ଦୁଃଖିତ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛି। ସେ କହିଛନ୍ତି, ଆମର ଅଧିକାରୀ ଭିଏତନାମ ଅଧିକାରୀଙ୍କ ସହ ମଧ୍ୟ ନିକଟ ସଂପର୍କରେ ଅଛନ୍ତି।
    ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାର ଗୁଡ଼ିକ ପ୍ରତି ନିଜର ଗଭୀର ସମ୍ୱେଦନା ବ୍ୟକ୍ତ କରି , ପିଏମ୍ ମୋଦି କହିଛନ୍ତି , ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଦୁର୍ଘଟଣା ସମୟରେ ସ୍ପିଡବୋଟରେ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଓ ଚାଳକ ଦଳର ଚାରି ଜଣ ସଦସ୍ୟ ଥିଲେ। ଭିଏତନାମୀ ନ୍ୟୁଜ୍ ପୋର୍ଟାଲ ଭିଏମ୍ ଏକ୍ସପ୍ରେସ୍ ଇଣ୍ଟରନେସନାଲ କହିଛି ଯେ,ଏହି ଫୁ କ୍ୱୋକର ଉପକୂଳରେ ଏନ ଥୋଇ ଦ୍ୱୀପ ସମୂହର ଏକ ଦ୍ୱୀପ ହୋନ ମେ ରୁତ ନଗୋଇରୁ ପ୍ରାୟ ୪୦୦ ମିଟର ଦୂରରେ ଓଲଟି ଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଶନିବାର ନ୍ୟୁଜିଲ୍ୟାଣ୍ଡର ଦୁଇ ଦିବସୀୟ ଯାତ୍ରା ସମାପ୍ତ କରିବା ପରେ ସ୍ୱଦେଶ ପ୍ରସ୍ଥାନ କରୁଛନ୍ତି।
    ଏହି ସମୟରେ କଂଗ୍ରେସ ବିଦେଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛି ଯେ, ଭିଏତନାମର ଫୁ କ୍ୱୋକ ଦ୍ୱୀପ ନିକଟରେ ବୋଟ୍ ଓଲଟି ପଡ଼ିବା ଘଟଣାରେ ନିଖୋଜ ଭାରତୀୟ ପର୍ଯ୍ୟଟକଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉ। ପାର୍ଟିର ମିଡିଆ ଓ ପ୍ରଚାର ବିଭାଗର ମୁଖ୍ୟ ପବନ ଖେଡା ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, ଭିଏତନାମରେ ଭାରତୀୟ ଦୂତାବାସ ସେହି ବୋଟରେ ବସିଥିବା ୩୨ ଜଣ ଭାରତୀୟ ପର୍ଯ୍ୟଟକଙ୍କ ନାମ ଜାରି କରିଛି,ଯାହା କିଛି ଘଣ୍ଟା ପୂର୍ବେ ଫୁ କ୍ୱୋକ୍ ଦ୍ୱୀପର ନିକଟରେ ଓଲଟି ପଡ଼ିଥିଲା। ସେ କହିଛନ୍ତି , ଘଟଣା ସହ ଜଡ଼ିତ ଆହୁରି ତଥ୍ୟକୁ ଅପେକ୍ଷା କରାଯାଇଛି ତଥା ଯେଉଁ ଭାରତୀୟ ପର୍ଯ୍ୟଟକଙ୍କ ଏବେସୁଦ୍ଧା କୌଣସି ଖବର ନାହିଁ, ତାଙ୍କର ପରିଜନଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଯଥା ସମ୍ଭବ ସହାୟତା ଉପଲବ୍ଧ କରାଯାଉ। ଖେଡା କହିଛନ୍ତି , ଆମେ ନିଖୋଜ ଭାରତୀୟ ପର୍ଯ୍ୟଟକଙ୍କ ପରିଜନଙ୍କ ସହ ଠିଆ ହୋଇଛୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା କାମନା କରୁଛୁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook