Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ:ଏହା କହିଲେ ମୋଦୀ

    Share on :
    ajab-Image
    Date: May 22, 2026    Views: 2466

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ସେବାତୀର୍ଥରେ ଅନୁଷ୍ଠିତ ହୋଇଛି। ଦୀର୍ଘ ସାଢେ ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ପଶ୍ଚିମ ଏସିଆ ଯୁଦ୍ଧ ସଂକଟକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ମୁକାବିଲା କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଏହା ସହିତ ଲୋକଙ୍କ ନିକଟରେ ସରକାରଙ୍କ ପ୍ରତିଟି ଯୋଜନାକୁ ପହଞ୍ଚାଇବା ଓ ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଶାସନିକ କଳକୁ ତ୍ବରାନ୍ବିତ କରିବା ଲାଗି ବିଭିନ୍ନ ଯୋଜନା ସମ୍ପର୍କିତ ଫାଇଲକୁ ଶୀଘ୍ର ଅନୁମୋଦନ କରିବାକୁ କୁହାଯାଇଛି। ଫାଇଲ ଅନୁମୋଦନରେ ବିଳମ୍ବ ହେଉଥିବା ବିଭିନ୍ନ ଅନାବଶ୍ୟକ ପ୍ରକ୍ରିୟାକୁ ଉଚ୍ଛେଦ କରିବାକୁ ପରାମର୍ଶ ଦିଆଯାଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି ୯ଟି ପ୍ରମୁଖ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ସଂସ୍କାରମୂଳକ ପଦ​‌େ​‌କ୍ଷପ ଓ ଭବିଷ୍ୟତ ଯୋଜନାଗୁଡିକୁ ବୈଠକରେ ଉପସ୍ଥାପନ କରାଯାଇଥିଲା। ଏପରି ସବିଶେଷ ରିପୋର୍ଟ ଉପସ୍ଥାପନ କରିଥିବା ମନ୍ତ୍ରଣାଳୟଗୁଡିକ ହେଲା କୃଷି, ଜଙ୍ଗଲ, ଶ୍ରମ, ସଡକ ପରିବହନ, ଉଦ୍ୟୋଗ ବ୍ୟାପାର, ବୈଦେଶିକ ବ୍ୟାପାର, ବାଣିଜ୍ୟ ଓ ଶକ୍ତି। କ୍ୟାବିନେଟ୍ ସଚିବ ଓ ନୀତି ଆୟୋଗଙ୍କ ପକ୍ଷରୁ ମଧ୍ୟ ଏକ ପ୍ରେଜେଣ୍ଟେସନ କରାଯାଇଥିଲା।
    ଚଳିତବର୍ଷ କେନ୍ଦ୍ରମନ୍ତ୍ରୀ ପରିଷଦର ଏହା ହେଉଛି ପୂର୍ଣ୍ଣ​‌ ବୈଠକ। ବୈଠକରେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସହିତ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ବୈଠକ ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ
    ବାବଦରେ ମନ୍ତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକ ଅବସରରେ ଭାରତକୁ ମିଳିଥିବା କୂଟନୈତିକ ସଫଳତା ବାବଦରେ ମଧ୍ୟ ଜୟଶଙ୍କର ସମସ୍ତଙ୍କୁ ଜଣାଇଥିଲେ। ଏହି ମନ୍ତ୍ରୀ ପରିଷଦ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଯୋଗଦେଇ ନଥିଲେ। ଏହି ଦୁଇ ମନ୍ତ୍ରୀ ଯଥାକ୍ରମେ ଦକ୍ଷିଣ କୋରିଆ ଓ ଜେନେଭା ଗସ୍ତରେ ଅଛନ୍ତି। ଅନ୍ୟ ସମସ୍ତ ମନ୍ତ୍ରୀମାନଙ୍କୁ ବୈଠକରେ ଉପସ୍ଥିତ ରହିବାକୁ ପୂର୍ବରୁ କୁହାଯାଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook