Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ନରୱେରେ ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀ, ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି

    Share on :
    ajab-Image
    Date: May 18, 2026    Views: 2294

     ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ତୃତୀୟ ଭାରତ-ନୋର୍ଡିକ୍ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହାସହ ନରୱେ ଗସ୍ତ କରି ଦ୍ୱିପାକ୍ଷିକ ଆଲୋଚନାରେ ସାମିଲ ହେବେ । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଥମ ନରୱେ ଗସ୍ତ । 43 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ନରୱେ ଗସ୍ତ । ଏହି ଗସ୍ତ ସମୟରେ, ସେ ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟୋରଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ନରୱେ ରାଜା ହାରାଲ୍ଡ ପଞ୍ଚମ ଏବଂ ରାଣୀ ସୋନଜାଙ୍କ ସହ ସାକ୍ଷାତ ଆଲୋଚନା କରିବେ ।
    ପ୍ରଧାନମନ୍ତ୍ରୀ ମୋଦି ନରୱେ ପ୍ରଧାନମନ୍ତ୍ରୀଙ୍କ ସହିତ ଭାରତ-ନରୱେ ବ୍ୟବସାୟ ଏବଂ ଗବେଷଣା ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ । ଭାରତର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ, ଭାରତ-ନରୱେ ସମ୍ପର୍କରେ ଅଗ୍ରଗତି ଏବଂ ଏହାକୁ ଅଧିକ ମଜବୁତ କରିବା ପାଇଁ ନୂଆ ମାର୍ଗ ଦେଖାଇବାରେ ସୁଯୋଗ ପ୍ରଦାନ କରିବ। ଏଥିରେ ବାଣିଜ୍ୟ ଏବଂ ନିବେଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଭାରତ-EFTA ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମାକୁ ଉପଯୋଗ କରିବା ସହିତ ସ୍ୱଚ୍ଛ ଏବଂ ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ବ୍ଲୁ ଇକୋନୋମୀ (blue economy) ଉପରେ ଅଧିକ ଗୁରୁତ୍ବ ଦିଆଯିବ।
    ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ, ପାଖାପାଖି 2.73 ବିଲିୟନ ଆମେରିକୀୟ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟକୁ ବୃଦ୍ଧି କରିବା ଏବଂ ଭାରତୀୟ ପୁଞ୍ଜି ବଜାରରେ ନରୱେର ସରକାରୀ ପେନସନ ପାଣ୍ଠି  ଦ୍ୱାରା ପ୍ରାୟ 28 ବିଲିୟନ ଆମେରିକୀୟ ଡଲାରର ନିବେଶକୁ ପ୍ରୋତ୍ସାହିତ କରିବାର ଏକ ସୁଯୋଗ ପ୍ରଦାନ କରିବ ହେବ ।
    ତୃତୀୟ ଭାରତ-ନୋର୍ଡିକ୍ ସମ୍ମିଳନୀ 2026, ମେ 19 ତାରିଖ ନରୱେ ରାଜଧାନୀ ଓସଲୋରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟ୍ରେ, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ୍, ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପେଟେରୀ ଅର୍ପୋ, ଆଇସଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟ୍ରୁନ୍ ଫ୍ରୋଷ୍ଟାଡୋଟର ଏବଂ ସ୍ବେଡେନ ପ୍ରଧାନମନ୍ତ୍ରୀ ଉଲଫ୍ କ୍ରିଷ୍ଟରସନ୍ ଯୋଗଦେବେ ।
    ଏହି ଶିଖର ସମ୍ମିଳନୀ 2018 ମସିହା ଏପ୍ରିଲ ମାସରେ ଷ୍ଟକହୋମରେ ଏବଂ ମେ 2022ରେ କୋପେନହେଗେନରେ ଅନୁଷ୍ଠିତ ହୋଇଥିଲା । ଏହା ନୋର୍ଡିକ ଦେଶଗୁଡ଼ିକ ସହିତ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ । ବିଶେଷକରି ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ (innovation), ସବୁଜ ପରିବର୍ତ୍ତନ (green transition) ଏବଂ ନବୀକରଣୀୟ ଶକ୍ତି (renewable energy) ସ୍ଥିରତା, ବ୍ଲୁ ଇକୋନୋମି (blue economy), ପ୍ରତିରକ୍ଷା (defence) ମହାକାଶ ଏବଂ ଆର୍କଟିକ କ୍ଷେତ୍ରରେ  ଚର୍ଚ୍ଚା ହେବ ।

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook