Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶବାସୀଙ୍କୁ ମୋଦୀଙ୍କ ନିବେଦନ: ବର୍ଷେ ପାଇଁ ସୁନା କିଣିବା ବନ୍ଦ କର

    Share on :
    ajab-Image
    Date: May 11, 2026    Views: 3040

    ହାଇଦରାବାଦ: ବର୍ତ୍ତମାନର ବୈଶ୍ବିକ ତୈଳ ସଙ୍କଟ ଏବଂ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ନିବେଦନ କରିଛନ୍ତି। ରବିବାର ହାଇଦରାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, କେବଳ ସୀମାରେ ଲଢ଼େଇ କରିବା ଦେଶପ୍ରେମ ନୁହେଁ, ବରଂ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସମ୍ବଳର ସଞ୍ଚୟ କରିବା ମଧ୍ୟ ଏକ ବଡ଼ ଦେଶଭକ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଆମେ ଘରେ ରହି କାମ କରିବା (ୱାର୍କ ଫ୍ରମ ହୋମ) ଏବଂ ଅନଲାଇନ୍ ମିଟିଂ କରିବାରେ ଅଭ୍ୟସ୍ତ ହୋଇଥିଲେ। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଦି ଆମେ ପୁଣି ଥରେ ୱାର୍କ ଫ୍ରମ୍ ହୋମ୍‌କୁ ପ୍ରାଧାନ୍ୟ ଦେବା, ତେବେ ଯାତାୟାତ ପାଇଁ ଖର୍ଚ୍ଚ ହେଉଥିବା ପେଟ୍ରୋଲ ଓ ଡିଜେଲ ବଞ୍ଚିପାରିବ।

    ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲ୍, ରନ୍ଧନ ଗ୍ୟାସ ଭଳି ଇନ୍ଧନର ସଞ୍ଜମ ବ୍ୟବହାର କରିବାକୁ କହିଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଯେତେଦୂର ସମ୍ଭବ ଆମେ ସାଧାରଣ ପରିବହନ ବ୍ୟବସ୍ଥାକୁ ଆପଣାଇବା। ବୈଦ୍ୟୁତିକ ଯାନ ର ବ୍ୟବହାର ବଢ଼ାଇବା। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଗୋଟିଏ ବର୍ଷ ପାଇଁ ସୁନା ନ କଣିବାକୁ ନିବେଦନ କରିଛନ୍ତି। ସୁନା ଆମଦାନୀ ପାଇଁ ଭାରତକୁ ବହୁ ପରିମାଣର ବିଦେଶୀ ମୁଦ୍ରା ଖର୍ଚ୍ଚ କରିବାକୁ ପଡୁଛି। ଏହାଦ୍ୱାରା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ହ୍ରାସ ପାଉଛି। ଆମେ ଯଦି ସୁନା ନ କିଣିବା ତେବେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସୁରକ୍ଷିତ ରହିବ।
    ପ୍ରଧାନମନ୍ତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସଙ୍କଟ ସମୟରେ ବିଦେଶରେ ଛୁଟି କାଟିବା କିମ୍ବା ବିଦେଶରେ ବିବାହ କରିବା ଭଳି ଖର୍ଚ୍ଚକୁ ବନ୍ଦ କରିବା ଉଚିତ୍। ଏହା ବଦଳରେ ସ୍ୱଦେଶୀ ପର୍ୟ୍ୟଟନ ଓ ସ୍ୱଦେଶୀ ସାମଗ୍ରୀକୁ ପ୍ରୋତ୍ସାହନ ଦେବାକୁ ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ବିଦେଶୀ ମୁଦ୍ରା ବଞ୍ଚାଇବା ଏବଂ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମାଇବା, ଯାହା ଦ୍ୱାରା ଯୁଦ୍ଧ କାରଣରୁ ବଢ଼ୁଥିବା ମୁଦ୍ରାସ୍ଫୀତିର ପ୍ରଭାବ ସାଧାରଣ ଜନତାଙ୍କ ଉପରେ କମ୍ ପଡ଼ିବ। ପ୍ରଧାନମନ୍ତ୍ରୀ ତାଙ୍କର ହାଇଦରାବାଦ ଗସ୍ତ କାଳରେ ତେଲଙ୍ଗାନାରେ ୯୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook