ମୁଖ୍ୟ ଖବର
କଲକାତା: ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକ ଅପ୍ରତ୍ୟାଶିତ ଦୃଶ୍ୟ ଦେଖିବାକୁ ମିଳିଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚରେ ଉପସ୍ଥିତ ଥିବାବେଳେ ତାଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କ ସମେତ ଶପଥ ନେଇଥିବା ଅନ୍ୟ ପାଞ୍ଚଜଣ ମନ୍ତ୍ରୀ ଛିଡା ହୋଇଥିଲେ। ଏହି ସମୟରେ ମୋଦୀ ସେଠାରେ ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ ହାତ ଯୋଡିବା ସହ ହଠାତ୍ ଆଣ୍ଠେଇ ପଡି ମୁଣ୍ଡିଆ ମାରିଥିଲେ। ପଶ୍ଚିମବଙ୍ଗରେ ବିଜେପିକୁ ପ୍ରଥମ ଥର କ୍ଷମତାକୁ ଆଣିଥିବାରୁ ମୋଦୀ ଏଭଳି ଶୈଳୀରେ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ମୋଦୀ ଏକାଧିକ ଥର ଏଠାକୁ ଗସ୍ତ କରି ବିଭିନ୍ନ ସଭା ସମିତି, ୠାଲିକୁ ସମ୍ବୋଧିତ କରିଥିଲେ। ଶୁଭେନ୍ଦୁଙ୍କ ନେତୃତ୍ବରେ ବିଜେପି ସରକାର ଗଠିତ ହୋଇଥିବାବେଳେ ତାଙ୍କର ପରିଶ୍ରମ ସାର୍ଥକ ହୋଇଛି ବୋଲି ମୋଦୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
Comments ସମସ୍ତ ମତାମତ