Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ ନିର୍ବାଚନ: ଏହି ଅପିଲ କଲେ ପ୍ରଧାନମନ୍ତ୍ରୀ

    Share on :
    ajab-Image
    Date: Apr 29, 2026    Views: 2476

    କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୭ ଜିଲାର ୪୦ ହଜାରରୁ ଊର୍ଦ୍ଧ୍ୱ ବୁଥ୍‌ରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

    ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ଅପିଲ କରିଛନ୍ତି। ଏକ୍ସରେ କହିଛନ୍ତି, ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ। ଆଜି ଭୋଟ ଦେଉଥିବା ସମସ୍ତ ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଏବଂ ଆମର ଗଣତନ୍ତ୍ରକୁ ଅଧିକ ଜୀବନ୍ତ ଏବଂ ଅଂଶଗ୍ରହଣକାରୀ କରିବାକୁ ଅନୁରୋଧ କରୁଛି। ବିଶେଷକରି ପଶ୍ଚିମବଙ୍ଗର ମହିଳା ଏବଂ ଯୁବକମାନେ ବହୁ ସଂଖ୍ୟାରେ ଭୋଟଦାନ କରି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବା ଗୁରୁତ୍ୱପୂର୍ଣ୍ଣ।

    ଆମ ଦେଶର ସଚେତନ ନାଗରିକ ଭାବରେ, ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ରେକର୍ଡ ଭୋଟରଙ୍କ ମତଦାନ ସୁନିଶ୍ଚିତ କରିବା ଆମର କର୍ତ୍ତବ୍ୟ। ଏହିପରି, ଆମେ କେବଳ ଭାରତର ପୁନଃନିର୍ମାଣରେ ସକ୍ରିୟ ଭୂମିକା ଗ୍ରହଣ କରିପାରିବା ନାହିଁ ବରଂ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆକୁ ମଧ୍ୟ ସୁଦୃଢ଼ କରିପାରିବୁ।

    ବୁଧବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ସମସ୍ତ ବୁଥ୍ରେ ଓ୍ବେବ କାଷ୍ଟିଂ ସୁବିଧା କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଲାଗି କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଭୋଟରମାନଙ୍କ ମନୋବଳ ବଢ଼ାଇବା ପାଇଁ ସୁରକ୍ଷା ବଳ ପକ୍ଷରୁ ବିଭିନ୍ନ ସ୍ଥାନରେ ରୁଟ ମାର୍ଚ୍ଚ କରାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook