Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପଶ୍ଚିମବଙ୍ଗ ଦ୍ବିତୀୟ ପର୍ୟ୍ୟାୟ ଭୋଟ: ମହିଳାଙ୍କୁ ମୋଦୀଙ୍କ ୧୦ ଗ୍ୟାରେଣ୍ଟି

    Share on :
    ajab-Image
    Date: Apr 24, 2026    Views: 2697

    କଲକାତା: ଚଳିତମାସ ୨୯ରେ ପଶ୍ଚିମବଙ୍ଗ ବିଧାନସଭାର ଅବଶିଷ୍ଟ ୧୪୨ ଆସନ ପାଇଁ ଦ୍ବିତୀୟ ପର୍ୟ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କୃଷ୍ଣନଗରରେ ଏକ ସଭାକୁ ସମ୍ବୋଧିତ କରିିବା ସହ ପଶ୍ଚିମବଙ୍ଗର ମହିଳାଙ୍କ ବିକାଶ

    ନିମନ୍ତେ ୧୦ଟି ଗ୍ୟାରେଣ୍ଟି ଦେଇଛନ୍ତି। (୧) ବିଜେପି ଏଥର କ୍ଷମତାକୁ ଆସିଲେ ରାଜ୍ୟର ମହିଳାଙ୍କ ବିରୋଧରେ ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ନିଶ୍ଚିତଭାବେ ଦଣ୍ଡିତ କରାଯିବ। (୨) ପ୍ରତ୍ୟେକ ବ୍ଲକ୍‌ରେ ଏକ ମହିଳା ଥାନା ପ୍ରତିଷ୍ଠା କରାଯିବ, ଯାହାଫଳରେ ପୁଲିସ ବିଭାଗରେ ମହିଳାଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। (୩) କ୍ଷମତାକୁ ଆସିବାର ଏକ ବର୍ଷ ମଧ୍ୟରେ ପ୍ରତ୍ୟେକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୬,୦୦୦ ଟଙ୍କା ପଠାଯିବ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇଛନ୍ତି। (୪) ପ୍ରତ୍ୟେକ ବାଳିକାଙ୍କ ଶିକ୍ଷା ପାଇଁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। (୫) ପ୍ରତ୍ୟେକ ଗର୍ଭବତୀଙ୍କୁ ଏକକାଳୀନ ୨୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। (୬) ଏହା ବ୍ୟତୀତ ନବଜାତ ଶିଶୁର ବିକାଶ ପାଇଁ ଉକ୍ତ ମହିଳାଙ୍କୁ ଆଉ ୩୬,୦୦୦ ଟଙ୍କା ଦିଆଯିବ ବୋଲି ସେ କହିଛନ୍ତି। (୭) ସୁକନ୍ୟା ସମୃଦ୍ଧି ଯୋଜନାରେ ପ୍ରତ୍ୟେକ ଯୁବତୀଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖାଯିବ। (୮) ବେକାର ଯୁବକ ଯୁବତୀଙ୍କୁ ଆତ୍ମ ନିଯୁକ୍ତି ପାଇଁ ମୁଦ୍ରା ଯୋଜନାରେ ୨୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଋଣ ପ୍ରଦାନ କରାଯିବ।
    (୯) ଆୟୁଷ୍ମାନ ଯୋଜନାରେ ମାଗଣା ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। (୧୦) ପିଏମ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଘର ଯୋଗାଇ ଦିଆଯିବ ଏବଂ ଏହି ଘର ପରିବାରର ମୁଖିଆ ମହିଳାଙ୍କ ନାମରେ ପଞ୍ଜିକୃତ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ପ୍ରଥମ ପର୍ୟ୍ୟାୟ ଭୋଟଗ୍ରହଣ ପୂର୍ବରୁ ମୋଦୀ ରାଜ୍ୟବାସୀଙ୍କୁ ଛଅଟି ଗ୍ୟାରେଣ୍ଟି ଦେଇଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook